କଶ୍ମୀର : ସୁରକ୍ଷା ବାହିନୀ ଗୁଳିରେ ଲସ୍କରର ବରିଷ୍ଠ କମାଣ୍ଡର ସଜ୍ଜାଦ ନିହତ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରରେ ସୋମବାରଦିନ ସୁରକ୍ଷାବଳଙ୍କୁ ଏକ ବଡ଼ ସଫଳତା ମିଳିଛି । କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଜଣେ ବରିଷ୍ଠ କମାଣ୍ଡର ସଜ୍ଜାଦ ଓରଫ ହାଇଦରକୁ ଏନକାଉଣ୍ଟର କରି ମାରିଦିଆଯାଇଛି । ଏହା ସହିତ ସୁରକ୍ଷାବଳ ଆଜି ସହିଦ ହୋଇଥିବା ତିନି ଯବାନଙ୍କ ପାଇଁ ପ୍ରତିଶୋଧ ନେଇଛନ୍ତି ।

ସୋମବାରଦିନ କଶ୍ମୀର ଘାଟିର ବାରାମୁଲାରେ ହୋଇଥିବା ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର ଜଣେ ବରିଷ୍ଠ କମାଣ୍ଡର ସଜ୍ଜାଦ ଓରଫ ହାଇଦର ନିହତ ହୋଇଛି । ଏହା ସୁରକ୍ଷା ବଳ ପାଇଁ ଏକ ବଡ଼ ସଫଳତା ବୋଲି ଜମ୍ମୁ ଓ କଶ୍ମୀରର ଆଇଜି ବିଜୟ କୁମାର କହିଛନ୍ତି ।
ଆଜି ପୂର୍ବାହ୍ଣରେ ବାରାମୁଲାର କ୍ରିରିଠାରେ ଥିବା ଏକ ଚେକପୋଷ୍ଟରେ ମୁତୟନ ଥିବା ସିଆରପିଏଫ ଓ ଜମ୍ମୁ ଓ କଶ୍ମୀର ପୁଲିସ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ହେବା ଯୋଗୁଁ ୨ ସିଆରପିଏଫ ଯବାନ ଓ ଜଣେ ଜମ୍ମୁ ଓ କଶ୍ମୀର ପୁଲିସ ଯବାନ ସହିଦ ହୋଇଥିଲେ । ଏହାର କିଛି ଘଣ୍ଟା ପରେ ସିଆରପିଏଫ ଓ ପୁଲିସ ପକ୍ଷରୁ ମିଳିତଭାବେ କମ୍ବିଂ ଅପରେସନ କରାଯିବା ସହ ଦୁଇଜଣ ଆତଙ୍କବାଦୀଙ୍କୁ ଠାବ କରାଯାଇଥିଲା । ସେମାନଙ୍କ ସହ କିଛି ସମୟ ଗୁଳିବିନିମୟ ପରେ ଶେଷରେ ସେମାନଙ୍କୁ ମାରିଦିଆଯାଇଥିଲା । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ସଜ୍ଜାଦ ରହିଛି । ସେମାନଙ୍କ ନିକଟରୁ ଏକେ-୪୭ ଓ ଦୁଇଟି ପିସ୍ତଲ ମିଳିଛି ।

ସମ୍ବନ୍ଧିତ ଖବର