ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଲେ ଅଭିନେତ୍ରୀ ସନା ଖାନ୍, ଇନଷ୍ଟା ପୋଷ୍ଟରେ ଲେଖିଲେ ଏଭଳି କଥା

ମୁମ୍ବାଇ: ରିୟାଲିଟି ସୋ‘ ବିଗ୍ ବସ୍ ରୁ ଖ୍ୟାତି ଅର୍ଜନ କରିଥିବା ବଲିଉଡ ଅଭିନେତ୍ରୀ ସନା ଖାନ୍ ବଲିଉଡ ଛାଡୁଥିବା ନେଇ ଘୋଷଣା କରିଛନ୍ତି।  ସୋସିଆଲ୍ ମିଡିଆ ମାଧ୍ୟମରେ ସନା ଖାନ୍ କହିଛନ୍ତି ଯେ, ସେ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଉଛନ୍ତି। ଅଭିନେତ୍ରୀ ଜାୟରା ୱାସିମଙ୍କ ପରି ସନା ଖାନ ତାଙ୍କ ଇସଲାମ ଧର୍ମ ଆଧାରରେ ବଲିଉଡ ଛାଡିବାକୁ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ,ଆଲ୍ଲା ତାଙ୍କୁ ଏହି ଜୀବନ ଯାତ୍ରାରେ ବାଟ ଦେଖାଇବେ | ନିଜ ପୋଷ୍ଟ ଜରିଆରେ, ତାଙ୍କୁ ଅଭିନୟ ସହ ଜଡ଼ିତ କୌଣସି କାମ ପାଇଁ ପ୍ରସ୍ତାବ ନଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି।

Sana Khan Height, Weight, Age, Boyfriend, Biography & Family
Dreshare.com

ଗୁରୁବାର ନିଜ ଇନଷ୍ଟାଗ୍ରାମରେ ସନା ଲେଖିଛନ୍ତି, ଭାଇ ଓ ଭଉଣୀମାନେ … ଆଜି ମୁଁ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆପଣଙ୍କ ସହ କଥାବାର୍ତ୍ତା କରୁଛି। ମୁଁ ବର୍ଷ ବର୍ଷ ଧରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜୀବନ ଅତିବାହିତ କରିଆସୁଛି ଏବଂ ଏହି ସମୟରେ ମୋର ପ୍ରିୟଜନଙ୍କ ତରଫରୁ ମୋତେ ଖ୍ୟାତି, ସମ୍ମାନ ଏବଂ ଧନ ପ୍ରାପ୍ତ ହୋଇଛି, ଯେଉଁଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି | କିନ୍ତୁ, ଗତ କିଛି ଦିନ ହେବ, ଏକ ଚିନ୍ତା ମୋତେ ବ୍ୟସ୍ତ କରୁଛି | ମୁଁ ଭାବୁଥିଲି, ଜଣେ କେବଳ ନିଜ ପାଇଁ ଧନ ଏବଂ ଖ୍ୟାତି ଅର୍ଜନ କରିବା ପାଇଁ ଜନ୍ମ ନେଇଥାଏ କି? ଅସହାୟ କିମ୍ବା ଅଭାବୀ ଲୋକମାନଙ୍କୁ ସେବା କରିବା କିମ୍ବା ସମର୍ଥନ କରିବା ଏକ ନୈତିକ ଦାୟିତ୍ ନୁହେଁ କି? କୌଣସି ମୂହୂର୍ତ୍ତରେ ମୃତ୍ୟୁ ଆସିପାରେ ଏବଂ ମୃତ୍ୟୁ ପରେ ଆମ କ’ଣ ହେବ, ଏ ବିଷୟରେ ମଣିଷ ଭାବିବା ଉଚିତ୍ ନୁହେଁ କି? ମୃତ୍ୟୁ ପରେ ମୋର କ’ଣ ହେବ? ଏହି ପ୍ରଶ୍ନର ଉତ୍ତର ମୁଁ ଅନେକ ବର୍ଷ ହେଲାଣି ଖୋଜୁଛି ବୋଲି ଲେଖିଛନ୍ତି ସନା।

zeenews

‌ଶେଷରେ ସେ ଲେଖିଛନ୍ତି ଯେ, “ମୁଁ ଆଜି ଘୋଷଣା କରୁଛି ଯେ ଆଜିଠାରୁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସବୁଦିନ ପାଇଁ ବିଦାୟ ନେଇ ମାନବିକତାର ସେବା କରିବା ଏବଂ ମୋର ସୃଷ୍ଟିକର୍ତ୍ତାଙ୍କ ଆଦେଶ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ଅନୁରୋଧ ଯେ, ଆପଣମାନେ ମୋ ପାଇଁ ଆହ୍ଲାଙ୍କ ଆଗରେ ପ୍ରାର୍ଥନ କରନ୍ତୁ। ଶେଷରେ ମୁଁ ଏହା ଚାହୁଁଛି ଯେ, ଏବେଠାରୁ କୌଣସି ଅଭିନୟ ପାଇଁ ମୋତେ ପ୍ରସ୍ତାବ ନଦିଆଯାଉ।

ସମ୍ବନ୍ଧିତ ଖବର