ହାଇଦ୍ରାବାଦରେ ଖୋଲିଲା ଦେଶର ସବୁଠୁ ବଡ ମଲ୍‌ ‘ଆଇକିୟା ଷ୍ଟୋର୍‌’ !

ହାଇଦ୍ରାବାଦ : ହାଇଦ୍ରାବାଦରେ ଖୋଲିଲା ଦେଶର ସବୁଠୁ ବଡ ମଲ୍‌ ‘ଆଇକିୟା ଷ୍ଟୋର୍‌’। ଏହାର ଆକାର ୪ଟି ଫୁଟବଲ୍‌ ମଇଦାନ୍‌ ସହ ସମାନ ହେବ ବୋଲି କୁହାଯାଉଛି। ଖୋଲିବାର ପ୍ରଥମ ଦିନରେ ମଲ୍‌ରେ ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏହି ମଲ୍‌ଟି ୪ଲକ୍ଷ ବର୍ଗଫୁଟ୍‌ ଅଞ୍ଚଳରେ ତିଆରି ହୋଇଛି। ସ୍ୱିଡିଶ କମ୍ପାନୀ ଆଇକିୟା ଏହି ମଲ୍‌ ଜରିଆରେ ଭାରତୀୟ ବଜାରରେ ପ୍ରବେଶ କରିଛି। ମଲରେ ଏକ ହଜାର ସିଟ୍‌ ବିଶିଷ୍ଟ ବିଶାଳ ରେଷ୍ଟ୍ରୁରାଣ୍ଟ ରହିଛି।

ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଏହି ମଲରେ ବିପୁଳ ରିହାତି ଦିଆଯାଉଛି। ଆସନ୍ତା ବର୍ଷ ମୁମ୍ବାଇରେ କମ୍ପାନୀ ଏଭଳି ଆଉ ଏକ ମଲ୍‌ ଖୋଲିବ। ମଲକୁ ନେଇ ହାଇଦ୍ରାବାଦରେ ବିଶେଷ ଉତ୍କଣ୍ଠା ଦେଖିବାକୁ ମିଳିଛି। ଏହି ମଲଟି ୪ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଥିବା ବେଳେ ମଲରେ ଏକ ହଜାର ସିଟ୍‌ ବିଶିଷ୍ଟ ରେଷ୍ଟ୍ରୁରାଣ୍ଟ ରହିଛି। ମଲ୍‌ ଖୋଲିବାର ପ୍ରଥମ ଦିନରେ ଏଠାରେ ପ୍ରବଳ ଭିଡ଼ ଜମିଥିଲା।

ସମ୍ବନ୍ଧିତ ଖବର