ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ବିହାରରେ ନଦୀଗୁଡ଼ିକରେ ବନ୍ୟା ଆସିଛି। ଭାଗଲପୁରରେ ଗଙ୍ଗା ଓ କୋଶୀ ବଢ଼ିରେ ଅନେକ ଘର ଭାସିଯାଇଛି। ଶନିବାର ସକାଳେ ହଠାତ୍ ରୋହତସର ମା’ ତୁତଲା ଭବାନୀ ଧାମ ଜଳପ୍ରପାତର ଜଳସ୍ତର ଅଚାନକ ବଢ଼ିଗଲା। ଫଳରେ ପ୍ରବଳ ସ୍ରୋତରେ ଫସି ଯାଇଥିଲେ ୬ ଜଣ। ବନ ବିଭାଗ ଟିମ୍ ସେମାନଙ୍କୁ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ୧୨ଟି ଜିଲ୍ଲାରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି।
ଉତ୍ତରପ୍ରଦେଶରେ ନେପାଳ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୮୦୦ ଗାଁ କ୍ରମାଗତ ତୃତୀୟ ଦିନ ପାଇଁ ବନ୍ୟା ପ୍ରଭାବିତ ହୋଇଛି। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ସମେତ ୮ଟି ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/thunderstrom.jpg)