ବିହାର: ବୁଲା କୁକୁର କାମୁଡ଼ିବାରୁ ୭୦ ଆହତ

ଆରା : ବିହାରର ଆରା ସହରରେ ବୁଲା କୁକୁର ଆତଙ୍କ ସୃଷ୍ଟି ହୋଇଛି। ଗୋଟିଏ କୁକୁର ଦ୍ବାରା କାମୁଡ଼ାର ଶିକାର ହୋଇ ୭୦ ଜଣ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଭୋଜପୁର ପୁଲିସ ଅଧୀକ୍ଷକ ପ୍ରମୋଦ କୁମାର କହିଛନ୍ତି ଯେ ବୁଧବାର ଶିବଗଞ୍ଜ, ଶିତଲା ଟୋଲା, ମହାଦେବ ରୋଡ଼ ଏବଂ ସଦର ହସ୍ପିଟାଲ ପରିସର ଆଦି ସ୍ଥାନମାନଙ୍କରେ ଗୋଟିଏ କୁକୁର ୭୦ ଜଣଙ୍କୁ ଆକ୍ରମଣ କରିଛି।

ସମସ୍ତ ଆହତ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କାମୁଡ଼ା କୁକୁରକୁ ଧରିବା ପାଇଁ ପୁଲିସ ଏବଂ ସିଭିକ୍‌ ଅଥରିଟି ଉଦ୍ୟମ କରୁଛନ୍ତି। କେତେକ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର