ବିହାର: ୭୫ ହଜାର ମୃତ୍ୟୁର ହିସାବ ନାହିଁ!

ନୂଆଦିଲ୍ଲୀ: ବିହାରରେ ଚଳିତ ବର୍ଷର ପ୍ରଥମ ୫ ମାସରେ ହୋଇଥିବା ପ୍ରାୟ ୭୫ ହଜାର ମୃତ୍ୟୁର କିଛି ହିସାବ ନାହିଁ। ପ୍ରାୟ ୭୫ ହଜାର ମୃତ୍ୟୁ କିଭଳି ହୋଇଛି ସେନେଇ କିଛି ସ୍ପଷ୍ଟ କାରଣ ଦର୍ଶାଯାଉ ନାହିଁ। କିନ୍ତୁ ଦ୍ବିତୀୟ ଲହର ମଧ୍ୟରେ ଏତେ ସଂଖ୍ୟକ ମୃତ୍ୟୁ ହୋଇଥିବାରୁ ଏହା‌ କୋଭିଡ୍‌ ମୃତ୍ୟୁ ବି ହୋଇଥାଇପାରେ ବୋଲି ପ୍ରଶ୍ନ ଉଠିଛି। ତେବେ ଏହି ମୃତ୍ୟୁ ବିହାରର ମୋଟ୍‌ କୋଭିଡ୍‌ ମୃତ୍ୟୁର ୧୦ ଗୁଣା ହେବ। ବିହାରରେ କୋଭିଡ୍‌ ମୃତ୍ୟୁକୁ ସଠିକ୍‌ ଭାବେ ଗଣନା କରାଯାଉନି ବୋଲି ଏବେ ପ୍ରଶ୍ନ ଉଠିଛି। ୨୦୧୯ ଜାନୁଆ‌ରିରୁ ମେ’ ମଧ୍ୟରେ ବିହାରରେ ପ୍ରାୟ ୧.୩ ଲକ୍ଷ ମୃତ୍ୟୁ ହୋଇଥିଲା। ତେବେ ୨୦୨୧ରେ ଏହି ସମୟ ମଧ୍ୟରେ ପ୍ରାୟ ୨.୨ ଲକ୍ଷ ମୃତ୍ୟୁ ହୋଇଛି। ଏଥିରୁ ପ୍ରାୟ ୭୫ ହଜାର ମୃତ୍ୟୁର କିଛି ହିସାବ ନଥିବାରୁ ବିଭିନ୍ନ ମହଲ ଏ ନେଇ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର