ପାଟଣା: କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ ? ଚାଲିଛି ଅଙ୍କକଷା । ନିର୍ବାଚନ ଯେତିକି ପାଖେଇ ଆସୁଛି ବିହାର ରାଜନୀତି ସେତିକି ସରଗରମ ହେଉଛି । ବୟାନବାଜି, ଦଳ ଡିଆଁ ରାଜନୀତି ଭିତରେ କିଏ ହେବେ ବିହାର  ସେନେଇ ଆସିଛି ଏକ ରିପୋର୍ଟ । କିଏ କିଏ ସିଏମ ଦୌଡ଼ରେ ଅଛନ୍ତି ସେନେଇ ଏବେ ଚର୍ଚ୍ଚା ହେଉଛି । 

Advertisment

ତେବେ ଏନଡିଏରୁ ମୁଖ୍ୟମନ୍ତ୍ରୀ ଚେହେରା ନୀତୀଶ କୁମାର କୁହାଯାଉଥିବା ବେଳେ ଇଣ୍ଡିଆ ଆଲାଏନ୍ସରୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ଚେହେରା ହେବେ ବୋଲି ନିଶ୍ଚିତ ହୋଇଛି । ତାଜା ସର୍ଭେରୁ ଯାହା ସାମ୍ନାକୁ ଆସିଛି, ସେଥିରେ ଜଣାପଡିଛି କି ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି । 

ଜୁନ୍ ୨୦୨୫ର ସି-ଭୋଟର ସର୍ଭେ ଅନୁଯାୟୀ, ୩୫ ପ୍ରତିଶତ ଲୋକଙ୍କ ପସନ୍ଦ ସହିତ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆରଜେଡି ନେତା ତେଜସ୍ୱୀ ଯାଦବ ଶୀର୍ଷରେ ଅଛନ୍ତି । ଫେବୃଆରୀରେ ତାଙ୍କର ଲୋକପ୍ରିୟତା ୪୧% ଥିଲା, ଏପ୍ରିଲରେ ୩୬% ଥିଲା ଏବଂ ଏବେ ଜୁନ୍ ମାସରେ ଏହା ୩୫%କୁ ହ୍ରାସ ପାଇଛି । 

ଅନ୍ୟପକ୍ଷରେ ଜନ ସୂରଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଏହି ସର୍ଭେରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଫେବୃଆରୀରେ ତାଙ୍କର ଲୋକପ୍ରିୟତା ୧୫ ପ୍ରତିଶତ ଥିଲା, ତା'ପରେ ଏପ୍ରିଲରେ ଏହା ୧୭ ଏବଂ ଜୁନରେ ୧୮% ହୋଇଗଲା । ଏହାର ଅର୍ଥ ହେଉଛି ପ୍ରଶାନ୍ତ କିଶୋର ମଧ୍ୟ ଏହି ନିର୍ବାଚନରେ ବହୁତ କିଛି କରିପାରିବେ । ଏହା ସହିତ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ଦୌଡ଼ରେ ଜନସାଧାରଣଙ୍କ ଦ୍ୱିତୀୟ ପସନ୍ଦ ପାଲଟିଛନ୍ତି ।

ଲୋକ ଜନଶକ୍ତି ପାର୍ଟି ନେତା ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ ବିହାରରୁ ନିର୍ବାଚନ ଲଢ଼ିବା ମୁଡରେ ଅଛନ୍ତି । ଏହି ସମୟରେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଲୋକପ୍ରିୟତାରେ ଚିରାଗଙ୍କ ପ୍ରତି ସମର୍ଥନ ବଢ଼ିଥିବା ଦେଖିବାକୁ ମିଳିଛି ।