ବିହାର ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ, ୩୧% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ୩୦ ପ୍ରତିଶତରୁ ଅଧିକ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି। ୧,୦୬୪ ପ୍ରାର୍ଥୀ ସେମାନଙ୍କ ବି‌‌ରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି ବୋଲି ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି। ସେହିପରି ୨୩ ପ୍ରତିଶତ ପ୍ରାର୍ଥୀ ତଥା ୨୪୪ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ୩୨୮ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି।

ରିପୋର୍ଟ ଅନୁଯାୟୀ ଆର୍‌ଜେଡିର ୭୩ ପ୍ରତିଶତ ପ୍ରାର୍ଥୀ ତଥା ୪୧ରୁ ୩୦ ଜଣ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି ଏବଂ ୨୨ ଜଣ (୫୪) ପ୍ରତିଶତ ସେମାନଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ବିଜେପିର ୭୨ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଥିବା ବେଳେ ୪୫ ପ୍ରତିଶତ ସେମାନଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି। ସେହିପରି ଏଲ୍‌ଜେପିରୁ ୫୯ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଏବଂ ୪୯ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। କଂଗ୍ରେସର ୫୭ ପ୍ରତିଶତ, ଜେଡିୟୁର ୩୫ ପ୍ରତିଶତ, ବିଏସ୍‌ପିରୁ ୩୧ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ସେହିପରି କଂଗ୍ରେସରୁ ୪୩ ପ୍ରତିଶତ, ଜେଡିୟୁରୁ ୨୯ ପ୍ରତିଶତ ଏବଂ ବିଏସ୍‌ପରୁ ୧୯ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧,୦୬୪ ପ୍ରାର୍ଥୀଙ୍କ ମଧ୍ୟରୁ ୩୭୫ ପ୍ରାର୍ଥୀ ତଥା ୩୫ ପ୍ରତିଶତ କୋଟିପତି ଅଛନ୍ତି।

ସମ୍ବନ୍ଧିତ ଖବର