ବିହାର ବିଧାନସଭା ନିର୍ବାଚନ : ଲଢ଼େଇ ମଝିରେ ବାପାଙ୍କୁ ହରାଇଲେ ଚିରାଗ୍
ପାଶ୍ବାନଙ୍କ ମର ଶରୀର ଗ୍ରହଣ କରିବା ପାଇଁ ଝିଅ, ଜ୍ୱାଇଁଙ୍କୁ ମିଳିଲାନି ଅନୁମତି, ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସାମ୍ନାରେ ପ୍ରତିବାଦ
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶ୍ବାନ୍ଙ୍କ ପରଲୋକ କେବଳ ତାଙ୍କ ପୁଅ ଚିରାଗ୍ ପାଶ୍ବାନ୍ଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ଏହା ତାଙ୍କ ଦଳ ପାଇଁ ଏକ ଶକ୍ତ ରାଜନୈତିକ ଧକ୍କା ମଧ୍ୟ। ଚିରାଗ୍ ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି)ର ଅଧ୍ୟକ୍ଷ। କିନ୍ତୁ ବିହାରରେ ପ୍ରତି ଭୋଟର ଏହାକୁ ରାମ ବିଳାସ ପାଶ୍ବାନ୍ଙ୍କ ଦଳ ବୋଲି ଜାଣନ୍ତି। ମିସନ୍ ବିହାରର ମଧ୍ୟଭାଗରେ ବାପାଙ୍କୁ ହରାଇ ଥିବାରୁ ଏଥର ନିର୍ବାଚନ ପରିଚାଳନା ଚିରାଗ୍ଙ୍କ ପାଇଁ ବେଶ୍ ଜଟିଳ ହୋଇପଡ଼ିବ। ରାମ ବିଳାସ ପାଶ୍ବାନ୍ ବିହାର ବିଧାନସଭା ନିର୍ବାଚନର ଠିକ୍ ୩ ସପ୍ତାହ ପୂର୍ବରୁ ଆଖି ବୁଜି ଦେଇଛନ୍ତି। ନିକଟରେ ଚିରାଗ୍ ଏକାକୀ ନିର୍ବାଚନ ଲଢ଼ିବେ ଏବଂ ଜେଡିୟୁ ପ୍ରାର୍ଥୀଙ୍କ ବିରୋଧରେ ସବୁ ଆସନରେ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଥିଲେ।
ରାମ ବିଳାସ ପାଶ୍ବାନ୍ ୧୯୯୦ରୁ ବିହାରର ଜଣେ ସବୁଠୁ ବଡ଼ ଦଳିତ ନେତା ଭାବେ ବିବେଚିତ। ଗତ ୩୦ ବର୍ଷ ଧରି ସେ ବିହାରରେ ତାଙ୍କ ରାଜନୈତିକ ଭିତ୍ତିଭୂମି ନିର୍ମାଣ କରିଛନ୍ତି। ହାଜିପୁର ଲୋକସଭା ନିର୍ବାଚନମଣ୍ଡଳୀରେ ପାଶ୍ବାନ୍ଙ୍କ ଯେତିକି ଭୋଟ୍ରେ ଜିତିଥିଲେ ତାହା ଏକ ରେକର୍ଡ କରିଥିଲା। କିନ୍ତୁ ଚିରାଗ୍ ପାସ୍ବାନ୍ଙ୍କ ରୢାଲିରେ ଏଭଳି ପ୍ରଭାବ ଦେଖିବାକୁ ମିଳିନି। ଭୋଟରମାନଙ୍କ ସହ ସଠିକ୍ ଭାବେ ସଂଯୋଗ ସ୍ଥାପନ କରିପାରିନାହାନ୍ତି ଚିରାଗ୍ ପାଶ୍ବାନ୍। ପାଶ୍ବାନ୍ଙ୍କ ମୃତ୍ୟୁ ସହ ଦଳର କିଛି ଜଣାଶୁଣା ନେତା ମଧ୍ୟ ଦଳରୁ ଦୂରେଇ ଯାଇ ପାରନ୍ତି। ରାମ ବିଳାସ ପାୱାନ୍ଙ୍କ ଭାଇ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ପଶୁପତି ପାରସ୍ ବର୍ତ୍ତମାନର ହାଜିପୁର ସାଂସଦ। ତେବେ ସେ ଚିରାଗ୍ ପାଶ୍ବାନ୍ଙ୍କ ରାଜନୀତିରେ ଆଗ୍ରହୀ ନୁହନ୍ତି। ପଶୁପତି ପାରସ୍ ମଧ୍ୟ ଗତ ରବିବାର ସଂସଦୀୟ ବୋର୍ଡ ମିଟିଂରେ ଯୋଗ ଦେଇନଥିଲେ। ଏହି ମିଟିଂରେ ଏଲ୍ଜେପି ବିହାର ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ଚିରାଗ୍ ଚଳିତ ନିର୍ବାଚନରେ ଅନୁକମ୍ପା ଭୋଟ୍ ପାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ପାଶ୍ବାନଙ୍କ ମର ଶରୀର ଗ୍ରହଣ କରିବା ପାଇଁ ଝିଅ, ଜ୍ୱାଇଁଙ୍କୁ ମିଳିଲାନି ଅନୁମତି, ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସାମ୍ନାରେ ପ୍ରତିବାଦ
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କ ମର ଶରୀର ଆଜି ପାଟ୍ନାରେ ପହଞ୍ଚିଛି। ତେବେ ମରଶରୀରକୁ ଗ୍ରହଣ କରିବାକୁ ପାଟନା ବିମାନ ବନ୍ଦର କର୍ତ୍ତୃପକ୍ଷ ପାଶ୍ବାନଙ୍କ ଝିଅ ଏବଂ ଜାମାତାଙ୍କୁ ଅନୁମତି ଦେଇ ନଥିଲେ। ଅପରପକ୍ଷେ, ପାଶ୍ବାନଙ୍କ ପାର୍ଥିବ ଶରୀର ଗ୍ରହଣ କରିବାକୁ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ ଅନୁମତି ମିଳିଥିଲା। ବାପାଙ୍କ ମରଶରୀରକୁ ଗ୍ରହଣ କରିବାକୁ ଅନୁମତି ନ ମିଳିବାରୁ ଝିଅ ଆଶା ଦେବୀ ଏବଂ ଜ୍ବାଇଁ ଅନୀଲ ସାଧୁ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ଗାଡ଼ି ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ଅନୀଲ ସାଧୁ ବର୍ତ୍ତମାନ ଲାଲୁ ଯାଦବଙ୍କ ଆର୍ଜେଡିର ଜଣେ ପ୍ରମୁଖ ନେତା ଅଛନ୍ତି। ସେ ଆର୍ଜେଡି ନେତା ହୋଇଥିବାରୁ ତାଙ୍କୁ ତାଙ୍କ ଶ୍ବଶୁରଙ୍କ ମରଶରୀରକୁ ଗ୍ରହଣ କରିବାକୁ ଅନୁମତି ମିଳିଲା ନାହିଁ ବୋଲି ପାଶ୍ବାନଙ୍କ ଜାମାତା ଅନୀଲ ସାଧୁ ଅଭିଯୋଗ କରିଛନ୍ତି। ମର ଶରୀରକୁ ନେଇ ରାଜନୀତି ହେବା ଠିକ୍ ନୁହେଁ ବୋଲି ସାଧୁ କହିଛନ୍ତି। ଅପରପକ୍ଷେ, ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ପାଟନା ବିମାନ ବନ୍ଦର ଯାଇଥିଲେ।