ପାଟନା: ବିହାରରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ବଢ଼ୁଛି। ଗତ ୨୪ ଘଣ୍ଟା ମଧ୍ୟରେ ବିହାରରେ ୪ଟି ଆକ୍ରମଣ ମାମଲା ଜଣାପଡ଼ିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗୃହ ଅଂଚଳ ବିହାର ଶରିଫ୍ରେ ବି ୨ଟି ସ୍ଥାନରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହୋଇଛି। ବିହାରର ୪ଟି ଜିଲ୍ଲା ସିୱାନ୍, ବେଗୁସରାଇ, ନାଳନ୍ଦା ଏବଂ ନାୱଡ଼ାରେ ସରକାର ଡୋର୍ ସ୍କ୍ରିନିଂ ଆରମ୍ଭ କରିବାପରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ବଢ଼ିଛି। ଏହି ୪ଟି ଜିଲ୍ଲାରେ ସ୍କ୍ରିନିଂ ଜୋରଦାର ହୋଇଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ବଢ଼ିଛି। ଗତ ବୁଧବାର ଦିନ କିଛି ସ୍ବାସ୍ଥ୍ୟକର୍ମୀ ଔରଙ୍ଗାବାଦ୍ ଏବଂ ମୋତିହାରୀ ଯାଇଥିବାବେଳେ ସେମାନଙ୍କୁ ଗ୍ରାମବାସୀ ଟଣା ଓଟରା କରିଥିଲେ। ଗାଁ ଛାଡ଼ି ପଳାଇବାକୁ ଧମକ ଦେଇଥିଲେ। ତେବେ ରାଜ୍ୟ ପୁଲିସ ମୁଖ୍ୟ ଗୁପ୍ତେଶ୍ବର ପାଣ୍ଡେ କହିଛନ୍ତି, ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଉଲ୍ଲେଖଯୋଗ୍ୟ ଗତ ବୁଧବାର ଦିନ ଉତ୍ତରପ୍ରଦେଶର ମୋରାଦାବାଦ୍ରେ ଏକ ଡାକ୍ତରୀ ଟିମ୍ ଏବଂ ପୁଲିସ ଉପରକୁ କିଛି ସ୍ଥାନୀୟ ଲୋକ ପଥର ମାଡ଼ କରିଥିଲେ। ଏହାଦ୍ବାରା ଜଣେ ଡାକ୍ତରଙ୍କ ସମେତ ୩ ଜଣ ଆହତ ହୋଇଥିଲେ। ତେବେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ବଢ଼ୁଥିବା ଆକ୍ରମଣକୁ ଦେଖି ଏମ୍ସର ଏକ ଡାକ୍ତର ସଂଗଠନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖିଛନ୍ତି। ଡାକ୍ତର ସଂଗଠନ ପକ୍ଷରୁ କୁହାଯାଇଛି , ସଂକ୍ରମଣ ନୁହେଁ ଆକ୍ରମଣ ପାଇଁ ଆମେମାନେ ଅଧିକ ଭୟରେ ରହିଛୁ। ଏନେଇ ସଂଗଠନ ପକ୍ଷରୁ ଡ୍ୟୁଟିରେ ଥାଇ ଡାକ୍ତରଙ୍କ ଉପରକୁ ହୋଇଥିବା ଆକ୍ରମଣର ୭ଟି ଉଦାହରଣ ଦିଆଯାଇଥିଲା। ସ୍ବାସ୍ଥ୍ୟ ସେବା ବିଲ୍ କାର୍ଯ୍ୟକାରୀ କରିବାପାଇଁ ଏମ୍ସ ଡାକ୍ତର ସଂଗଠନ ଶାହଙ୍କୁ ଅନୁରୋଧ କରିଛନ୍ତି।
ବିହାରରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ, ୨୪ ଘଣ୍ଟାରେ ୪ ଆକ୍ରମଣ ମାମଲା
ସଂକ୍ରମଣ ନୁହେଁ ଆକ୍ରମଣ ପାଇଁ ଅଧିକ ଭୟ: ଏମ୍ସ ଡାକ୍ତର ସଂଗଠନ
/sambad/media/post_attachments/wp-content/uploads/2020/04/download-26.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)