ନୂଆଦିଲ୍ଲୀ: ବିହାରର ସୀତାମଢ଼ି ବିଜେପି ବିଧାୟକଙ୍କ ଅଦ୍ଭୁତ ଭକ୍ତିକୁ ନେଇ ବିବାଦ ଦେଖା ଦେଇଛି। ମିଥିଲେଶ କୁମାର ସହରର ବିଭିନ୍ନ ଦୁର୍ଗା ପୂଜା ପେଣ୍ଡାଲରେ ବୁଲିବୁଲି ରାମାୟଣ ପୁସ୍ତକ ଓ ଖଣ୍ଡା ବାଣ୍ଟୁଛନ୍ତି। ଏହି ସମୟର ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।  ଯେଉଁଥିରେ ମିଥିଲେଶ କୁମାର ଗୋଟିଏ ହାତରେ ଖଣ୍ଡା ଧରିଥିବା ବେଳେ ଅନ୍ୟ ହାତରେ ରାମାୟଣ ପୁସ୍ତକ ଧରିଥିବା ଦେଖିବାକୁ ମିଳୁଛି।

Advertisment

ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଅନେକ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଧାୟକ ମିଥିଲେଶ କହିଥିଲେ, ‘ଧର୍ମର ରକ୍ଷା ପାଇଁ ଶାସ୍ତ୍ର ଓ ଶସ୍ତ୍ର ଉଭୟ ଆବଶ୍ୟକ।।  ତେଣୁ ମୁଁ ସମସ୍ତ ଦୁର୍ଗା ପୂଜା ପେଣ୍ଡାଲରେ ବୁଲିବୁଲି ଶସ୍ତ୍ର ଓ ରାମାୟଣ ପୁସ୍ତକ ବଣ୍ଟନ କରୁଛି। ମୁଁ ଲୋକଙ୍କୁ ହିଂସାର ପାଠ ପଢ଼ାଉ ନାହିଁ କି ଏଥିପାଇଁ ଉତ୍ସାହିତ କରୁନାହିଁ।

 ଆମର ଋଷିମାନଙ୍କ କହିବାନୁସାରେ ଶସ୍ତ୍ରରେ ଅସୁରମାନଙ୍କ ନାଶ ହୋଇଥାଏ। ମୋର ପିଲାମାନଙ୍କୁ ଅନୁରୋଧ ସେମାନେ ରାମାୟଣ, ମହାଭାରତ ପଢ଼ିବା ଅଭ୍ୟାସ କରନ୍ତୁ। ଅହିଂସା ଠିକ ଅଛି କିନ୍ତୁ ଧର୍ମର ରକ୍ଷା ପାଇଁ ହଂସା ବି କିଛି କ୍ଷେତ୍ରରେ ଆବଶ୍ୟକ ପଡ଼ିପାରେ।

ମିଥିଲେଶ ଏହି ବଣ୍ଟନ ପାଇଁ ତାଙ୍କ ଗାଡ଼ି ଡିକିରେ ବିପୁଳ ପରିମାଣ ଖଣ୍ଡା ଭର୍ତ୍ତି କରିଥିବା ବେଳେ ସିଟ ଉପରେ ଅନେକ ରାମାୟଣ ପୁସ୍ତକ ରଖି ତାଙ୍କର ଏହି ଅଭିଯାନରେ ଆଗେଇ ଚାଲିଥିଲେ।

ଅଧିକପଢ଼ନ୍ତୁ:https://sambad.in/crime/chandan-verma-whatsapp-status-viral-7242927