ଆଜି ଲଞ୍ଚ ହେବ ତେଜ ପ୍ରତାପ ଯାଦବଙ୍କ ‘ତେଜ ସେନା’, ବିଜେପି ମୁଖପାତ୍ର ନିଖିଲ ଆନନ୍ଦ କହିଲେ ଏହି କଥା

ପାଟନା: ଆଜି ‘ପରିବର୍ତ୍ତନକାରୀଙ୍କ’ ପାଇଁ ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜ ପ୍ରତାପ ଯାଦବ ‘ତେଜ ସେନା’ ନାମକ ଗୋଟାଏ ଅନ୍ ଲାଇନ୍ ପ୍ଲାଟଫର୍ମ ଲଞ୍ଚ୍ କରିବାକୁ ଯାଉଛନ୍ତି। ଜୁନ୍ ୨୮ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୦: ୩୦ରେ ଏହି ପ୍ଲାଟଫର୍ମର ଲାଇଭ୍ ଆରମ୍ଭ କରାଯାଇଥିଲା।
ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଜୁନ୍ ୨୬ ତାରିଖରେ ଟୁଇଟ୍ରେ ସେୟାର୍ କରିଥିଲେ : ପରିବର୍ତ୍ତନ ପାଇଁ ପରିବର୍ତ୍ତନକାରୀଙ୍କ ପାଇଁ ଅନ୍ଲାଇନ୍ ପ୍ଲାଟଫର୍ମ ତେଜ ସେନାରେ ଯୋଗ ଦିଅନ୍ତୁ। ଟୁଇଟ୍ ସହ ଥିବା ଗୋଟାଏ ପୋଷ୍ଟର୍ ଗୋଟିଏ ପଟରେ ସ୍ମାର୍ଟଫୋନ୍ ସ୍କ୍ରିନରେ ରହିଛି ତେଜ ପ୍ରତାପଙ୍କ ଫଟୋ। ତା’ପାଖକୁ ରହିଛି ଆର୍ଜେଡିର ଚିହ୍ନ ଏବଂ ଗୋଟାଏ ମୋବାଇଲ୍ ନମ୍ବର।

ସାନଭାଇ ତେଜସ୍ବୀ ଯାଦବଙ୍କୁ କଟାକ୍ଷ କରି ବିଜେପି ମୁଖପାତ୍ର ନିଖିଲ ଆନନ୍ଦ କହିଛନ୍ତି ଯେ ତେଜ ପ୍ରତାପ ତେଜସ୍ବୀଙ୍କଠାରୁ ଅଧିକ ଗୁଣବାନ୍।ସେ ଆହୁରି ମଧ୍ୟ କହିଛନ୍ତି ଯେ ଆର ଜେଡି ଏବଂ ଲାଲୁ ପ୍ରସାଦ ଯାଦବଙ୍କ ସଂପତ୍ତିକୁ ସମ୍ଭାଳିବାଲାଗି ତେଜ ପ୍ରତାପ ସକ୍ଷମ।

photo-oneindia

ସୂଚନାଯୋଗ୍ୟ ଯେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଆର୍ଜେଡିରୁ ଏକଘରକିଆ ହୋଇଯାଇଥିବା ତେଜ ପ୍ରତାପ ମାର୍ଚ ମାସରେ ତାଙ୍କ ନିଜ ରାଜନୈତିକ ସାମ୍ମୁଖ୍ୟ ‘ଲାଲୁ-ରାବ୍ରି ମୋର୍ଚା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର