ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ସନ୍ଧ୍ୟାରେ ତାଙ୍କର ଚାରି ଦିନିଆ ଗସ୍ତରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ପରେ ସେ ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ତେବେ ରାହୁଲଙ୍କୁ ଭେଟିବା ପୂର୍ବରୁ ତାଙ୍କୁ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବାକୁ ପଡ଼ିଥିଲା। ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ, ଦିଲ୍ଲୀରେ ସେ ୪ଦିନ ମଧ୍ୟରେ ଗଠବନ୍ଧନ ସହ ଜଡ଼ିତ ଦଳର ନେତାଙ୍କ ସହ ସାକ୍ଷାତ କରିବେ। ଏହା ସହିତ ବିରୋଧୀ ଦଳର ଅନ୍ୟାନ୍ୟ ବଡ ନେତାଙ୍କୁ ମଧ୍ୟ ଭେଟିବେ। ଏହା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ଭେଟିବା ପାଇଁ ତାଙ୍କର କାର୍ଯ୍ୟକ୍ରମ ରହିଥିବା ସେ କହିଥିଲେ।
ତେବେ ଏହି ସମୟରେ ତାଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବା ବିଷୟରେ ପ୍ରଶ୍ନ କରାଯିବା ପରେ ସେ କହିଥିଲେ ଯେ, ମୋର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ। ମୋର ଇଚ୍ଛା ଯେ, ଯଦି ଅଧିକରୁ ଅଧିକ ବିରୋଧୀ ଏକାଠି ହୁଅନ୍ତି, ତେବେ ସବୁ ଭଲ ହେବ। ବିରୋଧୀଙ୍କୁ ହରାଇବା ସହଜ ହେବ।
ଏହା ପୂର୍ବରୁ ସେ ଦଳୀୟ କର୍ମୀଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇ କହିଥିଲେ ଯେ, ସମସ୍ତ ମତଭେଦ ଭୁଲି ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟ କରନ୍ତୁ। ମୁଁ ୨ଦିନ ପରେ ଦିଲ୍ଲୀ ଯିବି। ସେଠାରେ ବିଭିନ୍ନ ଦଳର ନେତାଙ୍କ ସହ କଥା ହେବି। ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ବିରୋଧୀଙ୍କୁ ଏକଜୁଟ କରିବାକୁ ହେବ। ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଏକଜୁଟ ହେଲେ ସହଜରେ ବିଜେପିକୁ ପରାସ୍ତ କରି ହେବ। ସେଥିପାଇଁ ଏବେଠୁ ପ୍ରସ୍ତୁତି ଜରୁରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/t-61.jpg)