ଅଶ୍ଲୀଳ ସାଇଟଗୁଡ଼ିକୁ ନିଷିଦ୍ଧ କରିବାଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ନୀତିଶ କୁମାର

ପାଟନା: ଇଣ୍ଟରନେଟରେ ଅଶ୍ଲୀଳ ସାଇଟଗୁଡ଼ିକୁ ନିଷିଦ୍ଧ କରିବାଲାଗି ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଏଥିରେ ନୀତିଶ କୁମାର ଲେଖିଛନ୍ତି ଯେ, କିଛି ଦିନ ହେବ ବିଭିନ୍ନ ରାଜ୍ୟରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ଏହା ପରେ ଜଘନ୍ୟ ଭାବେ ହତ୍ୟା ଘଟଣା ଦେଶବାସୀଙ୍କ ମନରେ କଠୋର ଆଘାତ ଦେଇଛି । ଏଭଳି ଘଟଣା ଅଧିକାଂଶ ରାଜ୍ୟରେ ଘଟୁଛି, ଯାହାକି ଦୁଃଖ ଓ ଚିନ୍ତାର ବିଷୟ ।

Image Source–dnaindia

ନୀତିଶ କୁମାର ଆହୁରି ମଧ୍ୟ ଲେଖିଛନ୍ତି ଯେ, ଲୋକେ ଅସୀମିତ ଇଣ୍ଟରନେଟ ବ୍ୟବହାର କରୁଥିବା ଯୋଗୁଁ ଶିଶୁ ଓ ଯୁବପୀଢ଼ି ଅଶ୍ଲୀଳ ଓ ଅନୁଚିତ ସାମଗ୍ରୀ ଦେଖିପାରୁଛନ୍ତି। ଏହାର ପ୍ରଭାବରୁ ଏଭଳି ଘଟଣା ଘଟୁଛି । ସେ ଲେଖିଛନ୍ତି ଯେ, ଅନେକ ମାମଲାରେ ଦୁଷ୍କର୍ମ ଘଟଣାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ବି ପ୍ରସାରଣ କରାଯାଉଛି । ବିଶେଷ ଭାବରେ ଶିଶୁ ଏବଂ କମ ବୟସର ଯୁବପୀଢିଙ୍କ ମସ୍ତିସ୍କକୁ ଏପ୍ରକାରର ବିଷୟ ପ୍ରଭାବିତ କରୁଛି । ଏଣୁ ପର୍ଣ୍ଣ ସାଇଟ ଓ ଇଣ୍ଟରନେଟରେ ଅଶ୍ଲୀଳ ସାମଗ୍ରୀ ଉପରେ କଟକଣା ଲଗାଯିବାକୁ ଦାବି କରିଛନ୍ତି ନୀତିଶ କୁମାର ।

ସମ୍ବନ୍ଧିତ ଖବର