ପାଟ୍ନା: ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ବିହାର ବିଧାନ ପରିଷଦର କାର୍ଯ୍ୟକାଳ ସମୟରେ ଉଭୟ ନେତା ପୁଣି ପରସ୍ପର ସହିତ ଝଗଡ଼ା କରୁଥିବାର ଦେଖାଯାଇଥିଲା। ନୀତିଶ କୁମାର ଓ ରାବ୍ରୀ ଦେବୀଙ୍କ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି।
ନୀତିଶ କୁମାର ରାବିଡି ଦେବୀଙ୍କୁ କଟାକ୍ଷ କରି କହିଥିଲେ କି, ପାର୍ଟି ତୁମ ସ୍ୱାମୀଙ୍କର ଓ ତୁମେ ତାଙ୍କ କ୍ଷମତାରେ ଏଠି ପହଂଚିପାରିଛ । ତେଣୁ ତୁମକୁ ଗୁରୁତର ସହ ନିଆଯାଇପାରିବ ନାହିଁ।
ବିହାର ବିଧାନପରିଷଦରେ ଆଲୋଚନା ଚାଲିଥିବା ବେଳେ ନୀତିଶ କୁମାର କହିଥିଲେ କି, ମହାମେଣ୍ଟର ସଦସ୍ୟମାନେ ଏନଡିଏ ଓ ବିଜେପିକୁ ସଂରକ୍ଷଣ ଚୋର କହୁଛନ୍ତି, ଏହାପରେ ସେ ଆରଜେଡି ବାବଦରେ କିଛି କହିବାକୁ ଯାଉଥିବା ବେଳେ ରାବିଡି ଦେବୀ ଠିଆ ହୋଇପଡିଥିଲେ । ଏହାଦେଖି ନୀତିଶ କୁମାର ରାବିଡି ଦେବୀଙ୍କ ଉପରେ ବର୍ଷିଥିଲେ । ନୀତିଶ ରାବିଡି ଦେବୀଙ୍କୁ ଇଙ୍ଗିତ କରି ନିଜ ଚେୟାରରେ ବସିପଡ ବୋଲି କହିଥିଲେ । ପାର୍ଟି ତୁମ ସ୍ୱାମୀଙ୍କର ତୁମେ କିଛି ନୁହେଁ ବୋଲି କଟାକ୍ଷ ମଧ୍ୟ କରିଥିଲେ ।
ନୀତିଶ କୁମାର ଓ ରାବଡି ଦେବୀଙ୍କ ମଧ୍ୟରେ କଳିଗୋଳ ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ବି ଏଭଳି ଅନେକ ଥର ଘଟିଛି । ଯେତେବେଳେ ନୀତିଶ କୁମାର କହିଥିଲେ କି, ଯେତେବେଳେ ତୁମ ସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଗଲା ତାହାର ସୁଯୋଗରେ ତୁମକୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତୁମେ ଯୋଗ୍ୟ ନଥିଲ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/03/25/iPUz0Ab0zuMUjxN8UBz1.jpg)