ପାଟନା: ମୋଦୀ ସରକାର ଶପଥ ଗ୍ରହଣ କରିବାର ତିନି ଦିନପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ନିଜ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି । ରାଜ୍ୟପାଳ ଲାଲଜୀ ଟଣ୍ଡନ ରବିବାର ପୂର୍ବାହ୍ଣ ୧୧ଟା ୩୦ରେ ଆଠ ଜଣ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପୀନୟତାର ସହିତ ଶପଥ ପାଠ କରାଇଥିବା ଜଣାଯାଇଛି । ଆଠ ଜଣଯାକ ନୂଆ ମନ୍ତ୍ରୀ ହେଉଛନ୍ତି ଜେଡିୟୁ ଦଳର। ଏହି ବିସ୍ତାରରେ ସହଯୋଗୀ ବିଜେପି ବା ଏଲଜେପିର କାହାରିକୁ ସ୍ଥାନ ଦିଆଯାଇନାହିଁ।
ନୀତିଶଙ୍କ କ୍ୟାବିନେଟରେ ଆଠ ଜଣ ନୂଆ ମନ୍ତ୍ରୀ ସାମିଲ ହେବାପରେ ଏବେ ବି ଆହୁରି ୩ ଜଣ ମନ୍ତ୍ରୀ ପଦ ଖାଲି ପଡ଼ିଛି ।ତେବେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଜେଡିୟୁକୁ ଉପଯୁକ୍ତ ପ୍ରତିନିଧିତ୍ବ ମିଳି ନଥିବା ହେତୁ ନୀତିଶ କୁମାର ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ଚାଲିଛି।

ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ନିଜର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ନେଇ ସୂଚନା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ବିହାର ବିଧାନସଭାରେ ମୋଟ ୨୪୩ ଆସନରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ୩୬ ମନ୍ତ୍ରୀ କରାଯାଇପାରିବ ।