ପାଟ୍ନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ବିଜୟୀ ହେବାପରେ ମେଣ୍ଟ ଅଂଶୀଦାର ଜନତା ଦଳ- ୟୁନାଇଟେଡ୍ (ଜେଡି-ୟୁ) ମୁଖ୍ୟ ନୀତୀଶ କୁମାର ସୋମବାର (ନଭେମ୍ବର ୧୬) ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ବିଜେପିର ଦୁଇ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ସିଂ ଏବଂ ରେଣୁ ଦେବୀ ଶପଥ ନେଇଥିଲେ । ଆଜି ନୀତୀଶର ୧୪ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛି ଏବଂ ସମସ୍ତଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି। ନିମ୍ନରେ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କ ନାମ ଓ ବିଭାଗ ସଂପର୍କରେ ସୂଚନା ଦିଆଗଲା।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର: ଗୃହ, ସାଧାରଣ ପ୍ରଶାସନ, କ୍ୟାବିନେଟ୍, ଭିଜିଲାନ୍ସ, ନିର୍ବାଚନ ଏବଂ ଅନ୍ୟ ସମସ୍ତ ବିଭାଗ, ଯାହା କୌଣସି ମନ୍ତ୍ରୀଙ୍କୁ ବଣ୍ଟନ କରାଯାଇ ନାହିଁ।
ତାରକିଶୋର ପ୍ରସାଦ ସିଂ: ଅର୍ଥ, ବାଣିଜ୍ୟିକ କର, ପରିବେଶ ଏବଂ ଜଙ୍ଗଲ, ସୂଚନା ପ୍ରଯୁକ୍ତିବିଦ୍ୟା, ବିପର୍ଯ୍ୟାୟ ପରିଚାଳନା, ସହରୀ ବିକାଶ।
ରେଣୁ ଦେବୀ - ପଞ୍ଚାୟତିରାଜ, ପଛୁଆ ଜାତିର ଉନ୍ନତି ଏବଂ ଇବିସି କଲ୍ୟାଣ, ଶିଳ୍ପ।
ବିଜୟ ଚୌଧୁରୀ - ଗ୍ରାମୀଣ ଇଞ୍ଜିନିୟରିଂ , ଗ୍ରାମ୍ୟ ଉନ୍ନୟନ , ଜଳ ସମ୍ପଦ, ସୂଚନା ଏବଂ ପ୍ରସାରଣ, ସଂସଦୀୟ କାର୍ଯ୍ୟ।
ବିଜେନ୍ଦ୍ର ଯାଦବ - ଶକ୍ତି, ଯୋଜନା, ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର।
ମେୱା ଲାଲ ଚୌଧୁରୀ - ଶିକ୍ଷା।
ଶିଲା କୁମାରୀ - ପରିବହନ।
ସନ୍ତୋଷ ମାଞ୍ଜୀ - କ୍ଷୁଦ୍ର ଜଳସେଚନ, ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି କଲ୍ୟାଣ।
ମୁକେଶ ସାହନୀ - ପଶୁପାଳନ ଏବଂ ମତ୍ସ୍ୟଚାଷ।
ମଙ୍ଗଲ ପାଣ୍ଡେ - ସ୍ୱାସ୍ଥ୍ୟ, ସଡକ ଏବଂ କଳା ଓ ସଂସ୍କୃତି।
ଅମରେନ୍ଦ୍ର ସିଂ - କୃଷି, ସମବାୟ ସମିତି।
ରାମପ୍ରୀତ୍ ସିଂ -ଜନସ୍ବାସ୍ଥ୍ୟ।
ଜୀବେଶ କୁମାର- ପର୍ଯ୍ୟଟନ, ଶ୍ରମ ଓ ଖଣି।
ରାମ ସୂରତ- ରାଜସ୍ବ ଓ ଆଇନ।