ମୁମ୍ବାଇ: ୱେବ୍ ସିରିଜ୍ ‘ଏକ୍ସଏକ୍ସଏକ୍ସ’ ସୈନିକଙ୍କୁ ଅପମାନ ଦେଇ ସେମାନଙ୍କ ପରିବାରବର୍ଗଙ୍କୁ ଆଘାତ ଦେଇଥିବାରୁ ବିହାର ବେଗୁସରାଇର ଏକ ଆଞ୍ଚଳିକ ଅଦାଲତ ଚଳଚ୍ଚିତ୍ର ତଥା ଟେଲିଭିଜନ୍ ପ୍ରଯୋଜିକା ଏକତା କପୁର୍ ଓ ତାଙ୍କ ମାଆ ଶୋଭାଙ୍କ ନାଁରେ ବୁଧବାର ଦିନ ଗିରଫ ପର୍ୱାନା ଜାରି କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।
‘ପିଟିଆଇ’ ରିପୋର୍ଟ ଅନୁସାରେ, ଅବସରପ୍ରାପ୍ତ ସୈନିକ ତଥା ବେଗୁସରାଇର ବାସିନ୍ଦା ଶମ୍ଭୁ କୁମାରଙ୍କ ଅଭିଯୋଗ ଆଧାରରେ ବିଚାରପତି ବିକାଶ କୁମାରଙ୍କ ଅଦାଲତ ଉପରୋକ୍ତ ଗିରଫ ପର୍ୱାନା ଜାରି କରିଛନ୍ତି। ୨୦୨୦ରେ କରାଯାଇଥିବା ଉକ୍ତ ଅଭିଯୋଗରେ ସେ ଅଭିଯୋଗ କରିଥିଲେ କି, ‘ଏକ୍ସଏକ୍ସଏକ୍ସ’ ‘ସିଜନ୍-୨’ରେ ଜଣେ ସୈନିକଙ୍କ ସ୍ତ୍ରୀଙ୍କ ଉପରେ ଆପତ୍ତିଜନକ ଦୃଶ୍ୟାବଳି ରହିଛି।
Image Courtesy of News9liveଶମ୍ଭୁ କୁମାରଙ୍କ ଓକିଲ ହୃଷିକେଶ ପାଠକ କହିଛନ୍ତି, ଏକତା କପୁରଙ୍କ ‘ବାଲାଜୀ ଟେଲିଫିଲ୍ମ’ ମାଲିକାନାରେ ଥିବା ‘ଓଟିଟି’ ପ୍ଲାଟ୍ଫର୍ମ ‘ଏଲ୍ଟି ବାଲାଜୀ’ରେ ଉପରୋକ୍ତ ସରିଜ୍ ପ୍ରସାରିତ ହୋଇଥିଲା। ଏକତାଙ୍କ ମାଆ ଶୋଭା କପୁର ମଧ୍ୟ ‘ବାଲାଜୀ ଟେଲିଫିଲ୍ମସ୍’ ସହିତ ସମ୍ପୃକ୍ତ ଅଟନ୍ତି।
ଏହି ମାମଲାରେ ହାଜର ହେବା ପାଇଁ ଅଦାଲତ ମାଆଝିଅଙ୍କୁ ସମନ୍ ଜାରି କରିଥିଲା। ମାତ୍ର, ସେମାନେ ଅଦାଲତଙ୍କୁ ଅବଗତ କରାଇଲେ କି, ଆପତ୍ତି ହେବା ପରେ ନିର୍ଦ୍ଦିଷ୍ଟ ଦୃଶ୍ୟାବଳି ଥିବା ସିନ୍ ସବୁ ଉକ୍ତ ‘ସିରିଜ୍’ରୁ କାଢ଼ି ଦିଆଯାଇଛି। ଅଦାଲତରେ ହାଜର ନ ହେବାରୁ ସେମାନଙ୍କ ନାଁରେ ଗିରଫ ପର୍ୱାନା ଜାରି କରାଯାଇଥିବା କଥା ପାଠକ କହିଛନ୍ତି।
Image Courtesy of India Today‘ଏକ୍ସଏକ୍ସଏକ୍ସ’ ହେଉଛି ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ କେନ୍ ଘୋଷଙ୍କ ନିର୍ଦେଶିତ ୨୦୧୮ର ହାସ୍ୟରସାତ୍ମକ ନାଟକ। ଏଥିରେ କ୍ରିୟା ଦତ୍ତ, ଅପର୍ଣ୍ଣା ବାଜପେୟୀ, ଋତ୍ବିକ ଧନଜ୍ଞାନୀ, ଶାନ୍ତନୁ ମାହେଶ୍ବରୀ, ଅଙ୍କିତା ଗେରା, ପ୍ରିୟଙ୍କା ତେନ୍ଦୁଲ୍କଦର୍ ଏବଂ ଅପର୍ଣ୍ଣା ଶର୍ମା ଅଭିନୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Arrest-Warent-on-Ekta-Kapoor_Thumbnail.jpg)