ନିଜ ପ୍ରତି ହୋଇଥିବା ଦୁଷ୍କର୍ମ ଉଦ୍ୟମ ସଂପର୍କରେ ଥାନାରେ ଅଭିଯୋଗ କଲାପରେ ପୀଡ଼ିତା ଦଳିତ ମହିଳାଙ୍କୁ ଗୁଳି କଲେ ଦୁର୍ବୃତ୍ତ

ଶଶାରାମ (ବିହାର): ଆଜି ବିହାରରେ ଘଟିଛି ଏକ ଅଭାବନୀୟ ଘଟଣା। ୪ ଜଣଙ୍କ ଦ୍ୱାରା ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା ଜନୈକା ଦଳିତ ମହିଳା ଘଟଣା ସଂପର୍କରେ ପୁଲିସ୍‌ ଥାନାରେ ଅଭିଯୋଗ କରିବା ପରେ, ଆଜି (ବୁଧବାର) ସକାଳେ ୪ ଜଣ ଅଜ୍ଞାତ ଦୁର୍ବୃତ୍ତ ତାଙ୍କ ଘର ଭିତରକୁ ପଶି ତାଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଦଳିତ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ରୋହତ ଜିଲ୍ଲା ଅନ୍ତର୍ଗତ ରାଜପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ସଂପୃକ୍ତା ଦଳିତ ମହିଳାଙ୍କୁ ଗତ ରବିବାର ରାତିରେ ୪ ଜଣ ଯୁବକ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ଏସଂପର୍କରେ ମହିଳା ଜଣକ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ଜାଫର ଖାନ୍‌, ଫାରୁକ୍‌ ଖାନ୍‌, ସରବୁକ୍‌ ଖାନ୍‌ ଓ ଅନ୍ୟ ଜଣଙ୍କୁ ଗିରଫ କରି ନେଇଥିଲା। ତେବେ, ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କର ୪ ଜଣ ସହଯୋଗୀ ଆଜି ସକାଳେ ପୀଡ଼ିତାଙ୍କ ଘର ଭିତରକୁ ପଶି ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ସମ୍ବନ୍ଧିତ ଖବର