ମୁଜଫରପୁର: ବିହାରର ମୁଜଫରପୁରରେ ସନ୍ଦିଗ୍ଧ ଆକ୍ୟୁଟ୍‌ ଇନ୍‌ସେ ଫଲାଇଟିସ୍‌ ସିଣ୍ଡ୍ରୋମ୍‌(ଏଇଏସ୍‌)ଅର୍ଥାତ୍‌ ଚମକୀ ଜ୍ୱର ଯୋଗୁଁ ପ୍ରାଣ ହରାଇଥିବା  ଶିଶୁଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧୨୮ରେ ପହଞ୍ଚିଲାଣି। ଏମାନଙ୍କମଧ୍ୟରୁ ମୁଜାଫରପୁରର ଶ୍ରୀକୃଷ୍ଣ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୧୦୮ ଜଣ ମୃତ୍ୟୁବରଣ କରିଥିବା ସମୟରେ କେଜରିୱାଲ ହସ୍ପିଟାଲରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ।  ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ପ୍ରଥମେ ଚଳିତ ବର୍ଷ ଜାନୁଆରିରେ ମୋଟ୍‌ ୧୭୯ ସନ୍ଦିଗ୍ଧ ଏଇଏସ୍‌ ମାମଲା ସାମ୍ନାକୁ ଆସିଥିଲା।

Advertisment

ଏ ସଂପର୍କରେ ବିଶେଷ ତଦନ୍ତ କରାଯିବା ପରେ ଜଣାଗଲା ଯେ ଅଧିକାଂଶ ଶିଶୁଙ୍କର ମୃତ୍ୟୁ ହାଇପୋଗ୍ଲାଇସିମିୟା (ହଠାତ୍‌ ଶରୀରରେ ସୁଗାରର ମାତ୍ରା କମିଯିବା) କାରଣରୁ ହୋଇଛି।

publive-image photo-_live hindustan

କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିହାରର ସମସ୍ତ ୧୭ ବିଜେପି ସାଂସଦଙ୍କ ଦ୍ୱାରା ନିଜ ନିଜ ନିର୍ବାଚନୀ କ୍ଷେତ୍ର ପାଣ୍ଠିରୁ ୨୫-୨୫ ଲକ୍ଷ ଟଙ୍କା ଲେଖାଏଁ ଦାନ କରିବେ ବୋଲି କହିଛନ୍ତି। ଏହି ରାଶିରେ ରାଜ୍ୟର ସମସ୍ତ ସଦର ହସ୍ପିଟାଲରେ ପେଡିୟାଟ୍ରିକ୍ ଇନଟେନସିଭ୍ କେୟାର ୟୁନିଟର ନିର୍ମାଣ କରାଯିବ । ଏହା ଶିଶୁମାନଙ୍କର ପ୍ରାଣରକ୍ଷାରେ ଅଧିକ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।