ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କରୋନା ସଂକ୍ରମିତ ହୋଇଛନ୍ତି। ସୁଶୀଲ ମୋଦୀ ଚିକିତ୍ସା ପାଇଁ ପାଟନା ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ମୁଁ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ତେବେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ସାମାନ୍ୟ ଜ୍ବର ହେବାରୁ ସେ କରୋନା ଟେଷ୍ଟ୍ କରାଇଥିଲେ ବୋଲି କହିଛନ୍ତି। ଫୁସ୍ଫୁସ ସିଟି ସ୍କାନ୍ ପାଇଁ ସେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଖୁବ୍ ଶୀଘ୍ର ସେ ନିର୍ବାଚନୀ ପ୍ରଚାରକୁ ଫେରିବେ ବୋଲି କହିଛନ୍ତି।
ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ କରୋନା, ଏମ୍ସରେ ଭର୍ତ୍ତି ହେଲେ
/sambad/media/post_attachments/wp-content/uploads/2020/10/Modi_0_1200x768.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)