ବିହାର ବନ୍ୟା: ୩ ଦିନ ପରେ ଉଦ୍ଧାର ହେଲେ ଉପମୁଖ୍ୟମନ୍ତ୍ରୀ ଓ ପରିବାର

ପାଟ୍‌ନା: ଲଗାଣ ବର୍ଷା ଯୋଗୁ ବିହାର ରାଜଧାନୀ ପାଟନ୍‌ରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଓ ତାଙ୍କ ପରିବାର ଲୋକଙ୍କୁ ୩ ଦିନ ପରେ ଉଦ୍ଧାର କରାଯାଇଛି। ସେ ରହୁଥିବା ଅଞ୍ଚଳରେ ପାଣି ଜମି ଯାଇଥିବା ହେତୁ ଘରୁ ବାହାରି ପାରୁନଥିବା ଉପ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ସୋମବାର ଦିନ ଉଦ୍ଧାର କରାଯାଇଛି।

ରାଜେନ୍ଦ୍ର ନଗରରେ ଥିବା ତାଙ୍କ ବାସଭବନରେ ସେମାନେ ଫସି ରହିଥିଲେ। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସେମାନଙ୍କୁ ଉଦ୍ଧାର କରିବା ପରେ ମୋଦୀ ଗଣମାଧ୍ୟମରେ କୌଣସି ମତ ରଖିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୩ ଦିନ ଦିିନ ହେବ ବିହାରରେ ଉପୁଜିଥିବା ବନ୍ୟା ହେତୁ ରାଜ୍ୟବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ଓ ରିଲିଫ୍‌ ବଣ୍ଟନ୍‌ ପାଇଁ କେନ୍ଦ୍ର ସରକାର ବିହାରକୁ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର