ନୂଆଦିଲ୍ଲୀ: ବିହାରର ଶିକ୍ଷା ବିଭାଗ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି। ବିଭାଗ ପକ୍ଷରୁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଏଣିକି ଏହି ଟୋଲ୍ ଫ୍ରି ନମ୍ବରରେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଆଚରଣ ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଅଭିଯୋଗ କରିପାରିବେ।
ଟୋଲ୍ ଫ୍ରି ନମ୍ବର ବ୍ୟତୀତ ବିଭାଗ ପାଞ୍ଚଟି ଭିନ୍ନ ଭିନ୍ନ ମୋବାଇଲ୍ ନମ୍ବର ମଧ୍ୟ ଜାରି କରିଛି। ଶିକ୍ଷକଙ୍କ ଆଚରଣ, ମଧ୍ୟାହ୍ନ ଭୋଜନ, ଭିତ୍ତିଭୂମି, ପରୀକ୍ଷା ଏବଂ ପ୍ରମାଣପତ୍ର ଇତ୍ୟାଦି ସମ୍ପର୍କରେ ଏହି ସମସ୍ତ ନମ୍ବରରେ ସୁବିଧାରେ ଅଭିଯୋଗ କରାଯାଇପାରିବ। ଏଥିପାଇଁ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ପାଇଁ କୌଣସି ପ୍ରକାର ପ୍ରତିବନ୍ଧକ ଲାଗୁ କରାଯାଇନାହିଁ।
ଅଧିକପଢ଼ନ୍ତୁଚର୍ଚ୍ଚାରେ ମହାକୁମ୍ଭକୁ ଆସିଥିବା ୧୦ବର୍ଷର ନାଗା ସାଧୁ
ଛାତ୍ରଛାତ୍ରୀ କିମ୍ବା ଅଭିଭାବକମାନେ ଟୋଲ୍ ଫ୍ରି ନମ୍ବର - ୧୪୪୧୭/୧୮୦୦୩୪୫୪୪୧ କୁ କଲ୍ କରିପାରିବେ। ଏହା ବ୍ୟତୀତ ମୋବାଇଲ୍ ନମ୍ବର - ୯୨୨୯୨୦୬୨୦୧, ୯୨୨୯୨୦୬୨୦୨, ୯୨୨୯୨୦୬୨୦୩, ୯୨୨୯୨୦୬୨୦୪, ୯୨୨୯୨୦୬୨୦୫ ନିଜର ଅଭିଯୋଗ ଜଣାଇପାରିବେ।
ଅଧିକପଢ଼ନ୍ତୁକିଡନୀ ରୋଗରେ ପୀଡ଼ିତ ଶାହରୁଖଙ୍କ ସହ-କଳାକାର, ଉଠାଇ ପାରୁନାହାନ୍ତି ଚିକିତ୍ସା ଖର୍ଚ୍ଚ
ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ନମ୍ବରଗୁଡ଼ିକରେ କଲ୍ କରି ଆପଣ ସ୍କୁଲ କୋଠରୀ, ବେଞ୍ଚ-ଡେସ୍କ, ଶୌଚାଳୟର ଉପଲବ୍ଧତା, ପଙ୍ଖା, ଟ୍ୟୁବଲାଇଟ, ବଲ୍ ସହିତ ଜଡିତ ଅଭିଯୋଗ ମଧ୍ୟ କରିପାରିବେ।
ଏହା ବ୍ୟତୀତ ବିଦ୍ୟାଳୟର ସମୟାନୁବର୍ତ୍ତୀ କାର୍ଯ୍ୟ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଛାତ୍ରଛାତ୍ରୀଙ୍କ ସହିତ ବ୍ୟବହାର, ମଧ୍ୟାହ୍ନ ଭୋଜନର ଉପଲବ୍ଧତା, ଋତୁକାଳୀନ ଫଳ ବଣ୍ଟନ, ଅଣ୍ଡାର ଉପଲବ୍ଧତା, ରୋଷେଇ ଘରର ସଫାସୁତୁରା, ସାଇକେଲ ଯୋଜନା, ଛାତ୍ରବୃତ୍ତି ଇତ୍ୟାଦି ସମ୍ପର୍କରେ ଅଭିଯୋଗ କରାଯାଇ ପାରିବ।