ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ପ୍ରାୟ ୬୦ଟି ଭର୍ଚୁଆଲ୍ ରୢାଲି କରିବାପରେ ବିଜେପି ଏବେ ଡିଜିଟାଲ୍ ଉପାୟରେ ବିହାର ବିଧାନସଭା ନିର୍ବାଚନ ଲଢ଼ିବାପାଇଁ ଅଣ୍ଟା ଭିଡ଼ିଛି। ବିହାରର ପ୍ରତ୍ୟେକ ଶକ୍ତି କେନ୍ଦ୍ରରେ ଦଳ ୯,୫୦୦ ଆଇଟି ସେଲ୍ ମୁଖ୍ୟଙ୍କୁ ନିଯୁକ୍ତ କରିଛି। ଆଇଟି ଶାଖାର ମୁଖ୍ୟମାନେ ଲୋକମାନଙ୍କ ପାଖରେ ବିଜେପିର ରାଜନୈତିକ ବାର୍ତ୍ତା ପହଞ୍ଚାଇବେ। ବିହାର ଭର୍ଚୁଆଲ୍ ନିର୍ବାଚନୀ ପ୍ରଚାରର ବାସ୍ତବ ଯୋଦ୍ଧା ହେବେ ଏହି ୯,୫୦୦ ଆଇଟି ସେଲ୍ ମୁଖ୍ୟ। ବିଜେପି ମଧ୍ୟ ପ୍ରତି ଭୋଟର୍ଙ୍କ ନିକଟରେ ପହଞ୍ଚିବାପାଇଁ ହ୍ବାଟ୍ସଆପ୍ ଗ୍ରୁପ୍ ଆରମ୍ଭ କରିଛି। ବିଜେପି ୭୨ ହଜାର ହ୍ବାଟ୍ସଆପ୍ ଗ୍ରୁପ୍ ଦ୍ବାରା ଭୋଟରମାନଙ୍କ ପାଖରେ ପହଞ୍ଚିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଦଳ ଦ୍ବାରା ୫୦ ହଜାର ଗ୍ରୁପ୍ ସୃଷ୍ଟି ହୋଇ ସାରିଛି। ବୁଥ୍ସ୍ତରୀୟ କର୍ମୀଙ୍କ ଦ୍ବାରା ହ୍ବାଟ୍ସଆପ୍ ଗ୍ରୁପ୍ ପରିଚାଳନା ହେବ ଏବଂ ସମସ୍ତ ଆଇଟି ଶାଖାର ମୁଖ୍ୟ ବିଜେପି ଜାତୀୟ ଆଇଟି ଶାଖା ମୁଖ୍ୟ ଅମିତ ମଲ୍ଭିୟାଙ୍କ ଅଧୀନରେ କାମ କରିବେ। ବିହାରରେ ପ୍ରାୟ ୫,୫୦୦ ମଣ୍ଡଳ, ୯,୫୦୦ ଶକ୍ତି କେନ୍ଦ୍ର ଏବଂ ୭୨ ହଜାର ବୁଥ୍ ରହିଛି। ପ୍ରତି ଶକ୍ତିକେନ୍ଦ୍ରରେ ୬-୭ଟି ବୁଥ୍ ରହୁଛି। ପାରମ୍ପାରିକ ଢଙ୍ଗରେ ଆଉ ନିର୍ବାଚନୀ ପ୍ରଚାର ହୋଇପାରିବନି ବୋଲି ଜଣାପଡ଼ିବାପରେ ବିଜେପି ନିଜର ଡିଜିଟାଲ୍ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାରେ ଲାଗିପଡ଼ିଛି।
ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି
୯୫୦୦ ଆଇଟି ସେଲ୍ ମୁଖ୍ୟ, ୭୨ ହଜାର ହ୍ବାଟ୍ସଆପ୍ ଗ୍ରୁପ୍
/sambad/media/post_attachments/wp-content/uploads/2020/07/bjp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)