ନୂଆଦିଲ୍ଳୀ: ଦୁଇ ଓଡ଼ିଆ ନେତାଙ୍କୁ ମିଳିଛି ବଡ଼ ଦାୟିତ୍ବ। ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାର ଦୁଇ ନେତାଙ୍କୁ ଦୁଇଟି ରାଜ୍ୟର ଦାୟତ୍ବ ସମର୍ପିଛି। ଯଦିଓ ବିହାର ନିର୍ବାଚନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଚୂଡ଼ାନ୍ତ କରିବା ଆରମ୍ଭ କରିସାରିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ବିହାର ନିର୍ବାଚନ ପାଇଁ ଏହାର ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଏଥିସହିତ ତାମିଲନାଡୁର ବି ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା କରିଛି ବିଜେପି।
ବିଜେପି ବିହାର ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବରେ ନିଯୁକ୍ତ କରିଥିବା ବେଳେ ସି.ଆର. ପାଟିଲ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସହ-ପ୍ରଭାରୀ ଭାବରେ ନିଯୁକ୍ତ କରିଛି। ସେହିଭଳି ତାମିଲନାଡୁର ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଛି ଦଳର ନାମୀ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ । ଏନେଇ ରାଷ୍ଟ୍ରୀୟ ମହାସିଚିବ ଅରୁଣ ସିଂହ ସୂଚନା ପ୍ରଦାନ କରିଛନ୍ତି।