ପାଟନା:ବିହାରରେ ମ୍ୟାଜିକ ଦେଖାଇବା ଆରମ୍ଭ କରିଛି ମହାଗଠବନ୍ଧନ । ପ୍ରାରମ୍ଭିକ ଟ୍ରେଣ୍ଡରେ ନୀତିଶ ଓ ଏନଡିଏକୁ ବଡ ଝଟକା ଦେଇଛି ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ । ତେଜସ୍ୱୀଙ୍କ ତେଜ ଆଗରେ ଫିକା ପଡିଛି ମୋଦି ମ୍ୟାଜିକ । ପ୍ରାରମ୍ଭିକ ଟ୍ରେଣ୍ଡରେ ମହାଗଠବନ୍ଧନ ୪୪ ଆସନରେ ଆଗୁଆ ଥିବା ବେଳେ ଜେଡିୟୁ ନେତୃତ୍ୱାଧୀନ ଏନଡିଏ ୨୨ଟି ଆସନରେ ଆଗୁଆ ରହିଛି । ଅର୍ଥାତ ଏନଡିଏ ଠାରୁ ଦୁଇଗୁଣା ଅଧିକ ଆସନରେ ଆଗୁଆ ରହିଛି ମହାଗଠବନ୍ଧନ । ପ୍ରାରମ୍ଭିକ ଟ୍ରେଣ୍ଡ ଯାହା ଦର୍ଶାଉଛି ବିହାରବାସୀ ଆରଜେଡି ଓ କଂଗ୍ରେସ ମହାମେଣ୍ଟ ସପକ୍ଷରେ ମତ ଦେଇଛନ୍ତି । ରାଘୋପୁରରୁ ତେଜ୍ବସୀ ଯାଦବ ଆଗରେ ରହିଥିବା ବେଳେ ତାଙ୍କ ବଡ଼ ଭାଇ ତେଜ ପ୍ରତାପ ହଂସପୁରରୁ ଆଗରେ ରହିଛନ୍ତି।

Advertisment

ପ୍ରାରମ୍ଭିକ ଟ୍ରେଣ୍ଡରେ ମହାଗଠବନ୍ଧନ ଭଲ ଆରମ୍ଭ କରିଥିବା ବେଳେ ଏହାକୁ କେତେ ସଂଖ୍ୟାରେ ପହଞ୍ଚାଇପାରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ନୀତୀଶ ଓ ମୋଦିଙ୍କ ପ୍ରଭାବକୁ ପ୍ରତିହତ କରି ତେଜସ୍ୱୀ ନିଜ ତେଜ ଦେଖାଇଛନ୍ତି । ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ଅନୁଯାୟୀ, ଏନଡିଏକୁ କଡା ଚ୍ୟାଲେଞ୍ଜ ଦେଉଛି ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ । ଏହି ଫଳାଫଳ ସଂକେତ ଦେଉଛି ଯେ, ୧୫ ବର୍ଷର ନୀତୀଶ ସରକାରଠାରୁ ଭୋଟର ମୁହଁ ଫେରାଇ ନେଉଥିବା ବେଳେ ଯୁବ ନେତୃତ୍ୱ ଭାବେ ତେଜସ୍ୱୀଙ୍କ ସପକ୍ଷରେ ଭୋଟ କରିଛନ୍ତି ।

publive-image NDTV.com

ସୂଚନା ମୁତାବକ, କରୋନା ମହାମାରୀ ମଧ୍ୟରେ ନିର୍ବାଚନ ଏବଂ ଭୋଟ୍‌ ଗଣତି ହେଉଥିବାରୁ ନିର୍ବାଚନ କମିସନ୍‌ ଏଥିପାଇଁ ବିଶାଳ ପ୍ରସ୍ତୁତି କରିଛନ୍ତି। ବିହାରର ୩୮ଟି ଜିଲ୍ଲାରେ ୫୫ଟି ଗଣତି କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ୪୧୪ କାଉଣ୍ଟିଂ ହଲ୍‌ ମଧ୍ୟ ପ୍ରସ୍ତୁତ ରହିଛି। ଭୋଟ୍‌ ଗଣତି ସମୟରେ ଏବଂ ପରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ୫୯ ସିଏପିଏଫ୍‌ କମ୍ପାନି ମୁତୟନ ହୋଇଛନ୍ତି। ୨୪୩ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ନିର୍ବାନରେ ଯିଏ ୧୨୨ଟି ଆସନ ପାଇବ ସେ ହିଁ ସରକାର ଗଠନ କରିବ। ଏକଜିଟ୍ ପୋଲ୍ ସର୍ଭେ ଅନୁଯାୟୀ ତେଜସ୍ବୀଙ୍କ ମହାମେଣ୍ଟ (ଆରଜେଡି. କଂଗ୍ରେସ) ସଂଖ୍ୟାଗରିଷ୍ଠତା ହାସଲ କରିବ। ପୋଲ୍ ଅଫ୍ ପୋଲ୍ସ ଅନୁଯାୟୀ ମହାମେଣ୍ଟକୁ ୧୩୭ ଏବଂ ବିଜେପି-ଜେଡିୟୁ ମେଣ୍ଟକୁ ୯୭ଟି ଆସନ ମିଳିବ।