ପାଟନା: ଭାରତରେ ବିଧାନସଭା ନିର୍ବାଚନ ଫଳାଫଳ ସାଧାରଣତଃ ମଧ୍ୟାହ୍ନ ସୁଦ୍ଧା ଘୋଷଣା କରାଯାଏ | କିନ୍ତୁ ବିହାର ନିର୍ବାଚନ ୨୦୨୦ରେ ଭୋଟ ଗଣତି ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି। ଦିନ ପ୍ରାୟ ୧ଟା ସୁଦ୍ଧା ବିହାର ବିଧାନସଭା ନିର୍ବାଚନର ତିନିଟି ପର୍ଯ୍ୟାୟରେ ହୋଇଥିବା ମତଦାନରୁ ପ୍ରାୟ ୨୦-୨୫ ପ୍ରତିଶତ ଭୋଟ୍ ଗଣନା ହୋଇଛି।
କୋଭିଡ -୧୯ ମହାମାରୀ ହେତୁ ଏଭଳି ହୋଇଥିବା ଜଣା ପଡ଼ିଛି। କରୋନା ମହାମାରୀ ପାଇଁ ନିର୍ବାଚନ ଆୟୋଗ ସର୍ବାଧିକ ଭୋଟରଙ୍କ ସଂଖ୍ୟାକୁ ୧,୫୦୦ରୁ ୧,୦୦୦ କୁ ହ୍ରାସ କରିଥିଲେ। ଭୋଟର ସଂଖ୍ୟା କମ ହେବା ସହ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବୁଥ୍ ସଂଖ୍ୟା ବଢ଼ାଇଦିଆଯାଇଥିଲା।
୨୦୧୫ବିହାର ବିଧାନସଭା ନିର୍ବାଚନରେ ମତଦାନ ବୁଥ ସଂଖ୍ୟା ୭୩,୦୦୦ଥିବା ବେଳେ ଏହି ନିର୍ବାଚନରେ ଏହା ବୁଥ ସଂଖ୍ୟା ଥିଲା ୧.୦୬ । ଅଧିକ ମତଦାନ କେନ୍ଦ୍ର ହେବାରୁ ଗଣନା କେନ୍ଦ୍ରରେ ଭୋଟ୍ ଗଣନା କରୁଥିବା ଅଧିକାରୀଙ୍କ ପାଇଁ ଅଧିକ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ମଧ୍ୟ ରହିଛି। ସାମାଜିକ ଦୂରତାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଣନା କେନ୍ଦ୍ରରେ କରୋନା ପ୍ରୋଟୋକଲ୍ ମଧ୍ୟ ଅନୁସରଣ କରାଯାଉଛି, ଯାହାଦ୍ବାରା ଭୋଟ ଗଣତିରେ ବିଳମ୍ବ ହେଉଛି |