ପାଟନା: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା । ୭୧ଟି ବିଧାନସଭା ଆସନ ପାଇଁ ବହୁ ପ୍ରମୁଖ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଆଜି ଯେଉଁ ପ୍ରମୁଖ୍ ନିର୍ବାଚନ ମଣ୍ଡଳୀମାନଙ୍କରେ ଭୋଟ୍ ଗ୍ରହଣ ହେଉଥିଲା ତାହା ମଧ୍ୟରେ ରହିଥିଲା ଇମାମଗଞ୍ଜ, ସାସରାମ, ଦିନାରା, ଗୟା, ମୁଙ୍ଗର, ଜାମୁଇ, ମୋକାମା, ଜମାଲପୁର, ଚେନପୁର ଏବଂ ବକ୍ସାର। ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଥିଲେ ଜିତନ ରାମ ମାନ୍ଝୀ, ମନ୍ୱେଲଥ୍ ସୁଟର ଶ୍ରେୟାସୀ ସିଂ, ପ୍ରେମ କୁମାର, ଜୟ କୁମାର ସିଂ ଏବଂ ଆରଜେଡିର ଅନନ୍ତ କୁମାର ସିଂ।
ମତଦାନ ଆରମ୍ଭରୁ ଇଭିଏମ୍ ଏବଂ ଭିଭିପାଟ ମେସିନରେ ସମସ୍ୟା ଥିବା ଖବର ଆସିଥିଲା | ​​କିନ୍ତୁ ପରେ ମତଦାନର ସଂଖ୍ୟା ବଢିବା ଆରମ୍ଭ ହୋଇଥିଲା | ଆଜି ସନ୍ଧ୍ୟା ୬ଟା ମଧ୍ୟରେ ୫୩.୫୪ ପ୍ରତିଶତ ମତଦାନ ହୋଇଥିବା ନେଇ କହିଛନ୍ତି ନିର୍ବାଚନ କମିସନର। ରାଜଧାନୀ ପାଟନାରେ ୫୨.୫୨ ପ୍ରତିଶତ ମତଦାନ ହୋଇଥିବା ଜଣା ପଡିଛି।
aajtakବିହାର ମତଦାନ ଉପରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା କହିଛନ୍ତି ଯେ, ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଆମେ ନିରାପଦ ନିର୍ବାଚନ କରିବାକୁ ଚାହୁଁଛୁ। ବିହାରର ଲୋକମାନେ ସମସ୍ତ ନିର୍ଦ୍ଦେଶ ପାଳନ କରି ମତଦାନ କରିଥିଲେ। କରୋନା ମହାମାରୀ ମଧ୍ୟରେ ଭୋଟ୍ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ, ତେଜସ୍ୱୀ ଯାଦବ, ନୀତୀଶ କୁମାର ଲୋକଙ୍କୁ ସତର୍କତାର ସହ ଭୋଟ୍ ଦେବାକୁ ନିବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ ୧୦୬୬ ଜଣ ପ୍ରାର୍ଥୀ ଥିବାବେଳେ ୨.୧୪ କୋଟିରୁ ଅଧିକ ମତଦାତା ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-230.jpg)