ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ତୃତୀୟ ତଥା ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦଳ ପ୍ରଥମ ପର୍ଯ୍ୟାୟରେ ୭୧ ଜଣ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଅବଶିଷ୍ଟ ୧୮ଟି ଆସନ ପାଇଁ ଆଜି ରାତିରେ ନାମ ଘୋଷଣା ହୋଇଛି। ଆର୍ଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ବିଜେପି ରାଘୋପୁର ଆସନରୁ ସତୀଶ କୁମାର ଯାଦବଙ୍କୁ ପ୍ରାର୍ଥୀ ଘୋଷଣା କରିଛି।
ଏନ୍ଡିଏ ଆସନ ବୁଝାମଣା ପ୍ରକ୍ରିୟାରେ ଥିବା କୋଟା ଅଧୀନରେ ବିଜେପି ସମସ୍ତ ୧୦୧ ପ୍ରାର୍ଥୀଙ୍କ ନାମ ଘୋଷଣା କରି ଅନ୍ୟ ଦଳମାନଙ୍କଠାରୁ ଏ କ୍ଷେତ୍ରରେ ଆଗୁଆ ରହିଛି। ବିଜେପିର ପ୍ରାର୍ଥୀ ତାଲିକାରେ ଗାୟିକା ମୈଥିଲୀ ଠାକୁର ମଧ୍ୟ ଅଛନ୍ତି ଯିଏ କି ଦରଭଙ୍ଗା ଜିଲ୍ଲାର ଅଲିନଗର ଆସନରୁ ନିର୍ବାଚନ ଲଢ଼ିବେ। ସେ ମଙ୍ଗଳବାର ବିଜେପିରେ ଯୋଗ ଦେବାପରେ ଆଜି ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୈଥିଲୀ ଅଲିନଗରରୁ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିବେ। ବିଜେପି ପୂର୍ବତନ ଆଇପିଏସ୍ ଅଫିସର ଆନନ୍ଦ ମିଶ୍ରାଙ୍କୁ ବକ୍ସାରରୁ ପ୍ରାର୍ଥୀ କରିଛି। ମିଶ୍ରା ନିକଟରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତାଲିକାରେ ଥିବା ଅନ୍ୟ ପ୍ରମୁଖ ନାଁ ଗୁଡ଼ିକ ହେଉଛି ମୁଜାଫରପୁରର ରଞ୍ଜନ କୁମାର। ବିଧାୟକ ସୁରେଶ ଶର୍ମାଙ୍କ ସ୍ଥାନରେ ତାଙ୍କୁ ପ୍ରାର୍ଥୀ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/16/dgdaggdazvvc-2025-10-16-02-58-37.jpg)