ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଜେଡିୟୁ (ଜନତା ଦଳ ୟୁନାଇଟେଡ୍) ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟ ତାଲିକାରେ ଜେଡିୟୁ ଆଜି ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହି ତାଲିକାରେ ଚଳିତ ସରକାରରେ ଥିବା ୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ଅନନ୍ତ କୁମାର ସିଂହଙ୍କ ସମେତ ୩ ଜଣ ବାହୁବଳୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି ଏବଂ ପ୍ରଥମ ପର୍ଯ୍ୟାୟରେ ୪ ଜଣ ମହିଳାଙ୍କ ନାଁ ଘୋଷଣା କରାଯାଇଛି। ପ୍ରଥମ ତାଲିକାରେ ସ୍ଥାନ ପାଇଥିବା ୫ ଜଣ ମନ୍ତ୍ରୀ ହେଉଛନ୍ତି ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରବଣ କୁମାର ଯିଏ କି ନାଳନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ଜଳ ସମ୍ପଦ ମନ୍ତ୍ରୀ ବିଜୟ କୁମାର ଚୌଧାରୀ ସରାୟରଂଜନ ଆସନ, ସୂଚନା ଏବଂ ଜନ ସମ୍ପର୍କ ମନ୍ତ୍ରୀ ମହେଶ୍ବର ହଜାରୀ କଲ୍ୟାଣପୁର ଆସନ, ସମାଜ କଲ୍ୟାଣ ମନ୍ତ୍ରୀ ମଦନ ସାହାଣୀ ବାହାଦୁରପୁର ଆସନ ଏବଂ ମନ୍ତ୍ରୀ ରତ୍ନେଶ ସଦା ସୋନବରସା ଆସନରୁ ପ୍ରାର୍ଥୀ ହୋଇଛନ୍ତି।
ପ୍ରଥମ ତାଲିକାରେ ନାଁ ଘୋଷଣା ହୋଇଥିବା ୪ ଜଣ ମହିଳା ହେଉଛନ୍ତି ମାଧେପୁରରୁ କବିତା ଶାହ, ଗାୟଘାଟର କୋମଲ ସିଂହ , ସମସ୍ତୀପୂରର ଅଶ୍ବମେଧ ଦେବୀ ଏବଂ ବିଭୂତିପୁରର ରବୀନା କୁଶୱାହା। ପ୍ରଥମ ତାଲିକାରେ ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ନୂଆ ମୁହଁ ଏବଂ ୨୭ ଜଣଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ନଭେମ୍ବର ୬ ଏବଂ ନଭେମ୍ବର ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/16/nitish-2025-10-16-03-00-20.jpg)