ମହିଳାଙ୍କୁ ରାସ୍ତାରେ ଏକା ଦେଖି କମେଣ୍ଟ ମାରିବାକୁ ଲାଗିଲେ ଦୁଇ ଯୁବକ, ମହିଳାଙ୍କଠାରୁ ନିସ୍ତୁକ ମାଡ଼ ଖାଇ ସାରିବା ପରେ ତାଙ୍କ ପରିଚୟ ଜାଣି ଉଡ଼ିଗଲା ହୋସ

ହାଜିପୁର : ବିହାରର ହାଜିପୁରରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜଣେ ମହିଳାଙ୍କୁ ଏକା ପାଇ ଦୁଇ ଯୁବକ କମେଣ୍ଟ ମାରି ହଇରାଣ କରିବା ପରେ ମହିଳାଜଣଙ୍କ ଯେଉଁ ପଦକ୍ଷପ ନେଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହାଜିପୁର ରେଳ ଷ୍ଟେସନରେ ମହିଳା ଠିଆ ହୋଇଥିବା ବେଳେ ଦୁଇ ଯୁବକ ତାଙ୍କୁ ଦେଖି କମେଣ୍ଟ ମାରିବା ଆରମ୍ଭ କରି ଦେଇଥିଲେ ।

FWD Life

କିନ୍ତୁ ତାଙ୍କୁ ଜଣା ନ ଥିଲା ସେମାନେ ଯାହାକୁ ସାଧାରଣ ମହିଳା ଭାବି କମେଣ୍ଟ ମାରୁଛନ୍ତି ସେ ପ୍ରକୃତରେ ଜଣେ ପୁଲିସକର୍ମୀ । ସାଧା ପୋଷାକରେ ଥିବାରୁ ଦୁଇ ଯୁବକ ତାଙ୍କୁ ଜାଣି ନ ପାରି ଏଭଳି ଭୁଲ କରିଥିଲେ । ଯାହାର ପରିଣାମ ସ୍ୱରୁପ ଦୁଇ ଜଣଙ୍କୁ ନିସ୍ତୁକ ମାଡ଼ ଖାଇବାକୁ ପଡ଼ିଥିଲା । ରହିବାର ଏହି ଘଟଣା ଘଟିଥିବା ବେଳେ ଦୁଇ ଅଭିଯୁକ୍ତ ମହିଳାଙ୍କୁ କ୍ଷମା ମାଗିବା ପରେ ଦୁହିଁଙ୍କୁ ଆଗକୁ ଏପରି ନ କରିବାର ଚେତାବନୀ ଦେଇ ଛାଡ଼ିଥିଲେ ମହିଳା ପୁଲିସକର୍ମୀ ।

ସମ୍ବନ୍ଧିତ ଖବର