ପାଟନା: ବିହାରର ସରାନ ଜିଲ୍ଲାର ଜଣେ ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ଘରେ ନିଆଁ ଲାଗିଯିବାରୁ ଘର ଭୁଶୁଡି ପଡିବା ସହ ୬ଜଣଙ୍କ ମୃତ୍ୟୁ ଘଟିଛି। ଏହି ମାମଲା ଜିଲ୍ଲାର ଖଇରା ପୁଲିସ ଷ୍ଟେସନ ଅଞ୍ଚଳର ଖୁଦାଇ ବାଗ ଗାଁରେ ଘଟିଛି। ବାଣ ବ୍ୟବସାୟୀ ଶବୀର ହୁସେନ୍ଙ୍କ ଘରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ଜଣ ଆହତଙ୍କୁ ଘରୁ ବାହାର କରାଯାଇଛି। ଏଥି ସହିତ ଅନେକ ଲୋକ ଘରର ଭଗ୍ନାଂଶ ଭିତରେ ପୋତି ହୋଇଥିବାର ଖବର ମିଳିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି।
ଘରଟି ନଦୀ କୂଳରେ ଅବସ୍ଥିତ ଥିଲା। ବିସ୍ଫୋରଣ ପରେ ଘରଟି ଭୁଶୁଡି ଘରର ଏକ ପ୍ରମୁଖ ଅଂଶ ନଦୀରେ ପଡ଼ିଥିଲା। ଏବେ ଘରର ଭଗ୍ନାଂଶ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି। ତେବେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। କୁହାଯାଉଛି ଯେ, ଦୁର୍ଘଟଣା ସମୟରେ ସେହି ଘରେ ଏବଂ ପାଖ ଘରେ ୧୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ, ଯେଉଁମାନେ ଘରର ଭଗ୍ନାଂଶ ତଳେ ପୋତି ହୋଇଯାଇଥିବା ଜଣାପଡ଼ିଛି।
ଯେଉଁ ଘରେ ବିସ୍ଫୋରଣ ହୋଇଛି ସେହି ଘରେ ବାଣ ତିଆରି କରାଯାଉଥିଲା। ହଠାତ ବିସ୍ଫୋରଣ ହେବା ପରେ ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ଘର ଭିତରେ ବାଣ ଫୁଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/fire-crackers.jpg)