ପାଟନା:  ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କ ସହ ସାକ୍ଷାତ ସମୟରେ ନୀତୀଶ କୁମାର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଏହି ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ନୀତୀଶ କୁମାରଙ୍କୁ ନୂତନ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି। ତେବେ ଇସ୍ତଫା ପତ୍ର ଦେବା ସହ ପୁରୁଣା ବିଧାନସଭାକୁ ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ନୀତୀଶ କୁମାର। ଏହା ସହିତ ଏବେ ଏକ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ନଭେମ୍ବର ୧୫ରେ ଏନଡିଏର ଏକ ବୈଠକ ହେବାକୁ ଯାଉଛି, ଯେଉଁଥିରେ ଏନଡିଏର ନେତା କିଏ ହେବ, ତାହା ସ୍ପଷ୍ଟ ହେବ।

Advertisment

ପୂର୍ବରୁ ବିଜେପି, ଏନଡିଏ ଜିତିଲେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଆଯିବ ବୋଲି ଘୋଷଣା କରିଥିବା ବେଳେ ଏବେ ନୀତୀଶ ଆଉ ଆଗ୍ରହୀ ନଥିବା ବିଜେପି ହାଇକମାଣ୍ଡକୁ ଜଣାଇ ଦେଇଛନ୍ତି। ନୀତୀଶଙ୍କୁ ରାଜି କରାଇବା ପାଇଁ ଆଜି ଏନଡିଏ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେପି, ହମ୍ ଏବଂ ଭିଭିଆଇପି ନେତାମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘରେ ପହଞ୍ଚିଥିଲେ। ତେବେ ଆଜିର ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ।

publive-image aajtak

ବୈଠକ ପରେ ନୀତୀଶ କୁମାର କହିଛନ୍ତି ଯେ, ନଭେମ୍ବର ୧୫ରେ ଆଉ ଥରେ ବୈଠକ ହେବ। ସେହି ବୈଠକରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ନଭେମ୍ବର ୧୫ରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସମସ୍ତ ଏନଡିଏ ବିଧାୟକ ଉପସ୍ଥିତ ରହିବେ ଏବଂ ବୈଠକ ମଧ୍ୟାହ୍ଣ ୧୨.୩୦ରେ ଆରମ୍ଭ ହେବ।