ନୂଆଦିଲ୍ଲୀ: ବିହାରରେ ଏନ୍ସେଫାଲାଇଟିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନକୁ ସରକାର ‘ଅପରାଧ’ ଭାବେ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ କରୁଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବୈଶାଳୀ ଜିଲ୍ଲାରେ ଏନ୍ସେଫାଲାଇଟିସ ଯୋଗୁଁ ଶିଶୁ ମୃତ୍ୟୁ ପାଇଁ ସରକାରୀ ଅବହେଳାକୁ ଦାୟୀ କରି ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ପୁଲିସ ୩୯ ଜଣଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି । ସ୍ଥାନୀୟ ଅଂଚଳରେ ଦେଖାଦେଇଥିବା ଭୟଙ୍କର ଜଳ ସଙ୍କଟ ଏବଂ ଏନ୍ସେଫାଲାଇଟିସ୍ର ମୁକାବିଲାରେ ସରକାରଙ୍କ ବିଫଳତା ପ୍ରତିବାଦରେ ଗ୍ରାମବାସୀମାନେ ବିକ୍ଷୋଭ କରୁଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ୩୯ ଜଣଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦରେ ଏବେ ବନ୍ଦ ପାଳନ ପାଇଁ ଲୋକେ ପ୍ରସ୍ତୁତ ହେଉଛନ୍ତି।
ବିହାର ସରକାରଙ୍କ ଦମନ ନୀତି
ଏନ୍ସେଫାଲାଇଟିସ୍ ବିରୋଧରେ ବିକ୍ଷୋଭ କରୁଥିବା ୩୯ ଗିରଫ
/sambad/media/post_attachments/wp-content/uploads/2019/06/bihar-incefelastics.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)