ପଟନା: ୨ବର୍ଷ କ୍ଷମତାରେ ରହିଲା ବିଜେପି, ୧୯ଲକ୍ଷ ମଧ୍ୟରୁ ୧୯ଜଣଙ୍କୁ ବି ସେମାନେ ଚାକିରି ଦେଇଛନ୍ତି କି? ବିଜେପିକୁ ଟାର୍ଗେଟ କରି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏଭଳି ପ୍ରଶ୍ନ କରିଛନ୍ତି। ଶନିବାର ଦିନ ସେ କହିଛନ୍ତି, ଏହା ଆମର ସଫଳତା ଯେ ଆଜି ଲୋକମାନେ ହିନ୍ଦୁ ଏବଂ ମୁସଲମାନ ବ୍ୟତୀତ ରୋଜଗାର ବିଷୟରେ ଆଲୋଚନା କରୁଛନ୍ତି।
ତେଜସ୍ୱୀ ଯାଦବ ଏକ ଭିଡିଓ ଟୁଇଟ୍ କରି ଲେଖିଛନ୍ତି, 'ଆମେ ଏବଂ ନୀତୀଶଜୀ ମିଶିବା ପରେ ପରେ ଗତ କିଛି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ହିନ୍ଦୁ-ମୁସଲମାନ, ମନ୍ଦିର-ମସଜିଦ ବିଷୟ ଉପରେ ଆଲୋଚନା ଛାଡି ଲୋକେ ଚାକିରି, ରୋଜଗାର ଏବଂ ବେକାରୀ ସମସ୍ୟା ବିଷୟରେ ଏକ ସକରାତ୍ମକ ଆଲୋଚନା କରୁଛନ୍ତି। ଯଦି ଏହା ଆମର ସଫଳତା ନୁହେଁ ତେବେ କ’ଣ? ମୁଁ ଖୁସି ଯେ ଆମ ଉଦ୍ୟମ ପାଇଁ ଚାକିରି ପ୍ରସଙ୍ଗକୁ ନେଇ ଶୋଇଥିବା ସାମ୍ବାଦିକତା ମଧ୍ୟ ଜାଗ୍ରତ ହେଉଛି।
हमारे और आदरणीय नीतीश जी के साथ आने के बाद विगत वर्षों में प्रथम बार हिंदू-मुसलमान, मंदिर-मस्जिद को छोड़ नौकरी,रोजगार और बेरोजगारी पर सकारात्मक विमर्श हो रहा है। यह हमारी उपलब्धि नहीं है तो क्या है?
मुझे खुशी है कि हमारी पहल पर नौकरी के मसले पर सोई हुई पत्रकारिता भी जाग रही है। pic.twitter.com/Sg7r0ZIauj
— Tejashwi Yadav (@yadavtejashwi) August 13, 2022
ତେଜସ୍ୱୀ ଯାଦବ ଟ୍ୱିଟ୍ କରିଥିବା ଭିଡିଓରେ ସେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଉଥିବା ନଜର ଆସିଛି। କିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ତେଜସ୍ବୀ କହୁଥିଲେ ଯେ ମୁଖ୍ୟମନ୍ତ୍ରୀ ହେଲେ ମୁଁ ୧୦ ଲକ୍ଷ ଚାକିରି ଯୋଗାଇ ଦେବି। ଏନେଇ ପ୍ରଶ୍ନ କରାଯିବା ପରେ ସେ କହିଥିଲେ ଯେ ଆମେ ହିଁ ପ୍ରତିଶ୍ରୁତି ପୂରଣ କରିବୁ, ବିଜେପି ଲୋକମାନେ ଆସି କରିବେ ନାହିଁ। ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ କହିଛନ୍ତି। ୨କୋଟି ଚାକିରି ଦେବ ବୋଲି କହିଥିଲା ବିଜେପି। ସେ ପ୍ରତିଶ୍ରୁତିର କ’ଣ ହେଲା ସେମାନଙ୍କୁ ପଚାର। ବିଜେପି ପ୍ରାୟ ଦୁଇ ବର୍ଷ କ୍ଷମତାରେ ରହିଲା। ୧୯ଲକ୍ଷ ମଧ୍ୟରୁ ୧୯ଟି ଚାକିରି ମଧ୍ୟ ସେମାନେ ଦେଇଛନ୍ତି କି? ବୋଲି ବିଜେପିକୁ ପଚାରିଛନ୍ତି ତେଜସ୍ବୀ।