ମୁଜାଫରପୁରର ଡ଼ାକ୍ତରଖାନା ପଛପଟୁ ମିଳିଲା ଶହ ଶହ ନର କଙ୍କାଳ, ସନ୍ଦେହ ଘେରରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ

ମୁଜାଫରପୁର : ବିହାରର ମୁଜାଫରପୁରରେ ଏନ୍‌ସେଫାଲାଇଟିସ୍‌ ରୋଗକୁ ନେଇ ସରକାର ଚିନ୍ତାରେ ଥିବା ବେଳେ ଏବେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ମୁଜାଫରପୁରରେ ଥିବା ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପଛପଟୁ ଶହ ଶହ ନର କଙ୍କାଳ ମିଳିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏତେ ସଂଖ୍ୟକ ନର କଙ୍କାଳ ମିଳିବା ପରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ପୁଣି ଥରେ ସନ୍ଦେହ ଘେରକୁ ଆସି ଯାଇଛନ୍ତି । ଏହି ଡ଼ାକ୍ତରଖାନାରେ ଏନ୍‌ସେଫାଲାଇଟିସ୍‌ ରୋଗରେ ପୀଡ଼ିତ ୧୦୯ଜଣ ଶିଶୁ ମୃତ୍ୟୁବରଣ କରିଥିଲେ । ଏତେ ସଂଖ୍ୟକ ଶିଶୁ ମୃତ୍ୟୁବରଣ କରିବା ଏବଂ ଡ଼ାକ୍ତରଖାନା ପଛପଟୁ ନରକଙ୍କାଳ ମିଳିବାକୁ ନେଇ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି । ଏ ନେଇ ହଙ୍ଗାମା ବଢ଼ୁଥିବା ଦେଖି ତୁରନ୍ତ ଏହାର ଯାଞ୍ଚ କରାଯିବ ବୋଲି କହିଛନ୍ତି ଡ଼ାକ୍ତରଖାନାର ଅଧ୍ୟୀକ୍ଷକ ଏସ୍‌କେ ଶାହି ।

oneindia.com

ସୂଚନା ମୁତାବକ, ଡ଼ାକ୍ତରଖାନା ପଛପଟେ ବଡ଼ ଜଙ୍ଗଲ ଥିବା ବେଳେ ଅନେକ ଶବକୁ ସେଠାରେ ପୋଡା ଯାଇଥିବା ଦେଖା ଯାଇଛି । ଏହା ସହ ଅଖାରେ ବନ୍ଦ ଥିବା ମର ଶରୀର ମଧ୍ୟ ଜବତ କରାଯାଇଛି । ତେବେ ଏତେ ସଂଖ୍ୟକ କଙ୍କାଳ ସେଠାକୁ ଆସିଲା କେମିତି ସେ ନେଇ ଏବେ ଯାଞ୍ଚ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର