ନୂଆଦିଲ୍ଲୀ: ବିହାରର ଜମୁଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷୟିତ୍ରୀ ଚାକିରିରେ ଯୋଗଦେବାର ପରଦିନ ଅବସର ନେଇଥିଲେ ।
ଅଧିକପଢ଼ନ୍ତୁ:ନୂତନବର୍ଷରେ ଲାଲୁଙ୍କୁ ଏଭଳି କଥା କହି ଶୁଭେଚ୍ଛା ଜଣାଇଲେ ରାବଡ଼ି ଦେବୀ
ଶିକ୍ଷୟିତ୍ରୀ ଅନୀତା କୁମାରୀ କହିଛନ୍ତି, ‘ମୁଁ ୨୦୦୬ ମସିହାରୁ ଜମୁଇର ଖେରା ବ୍ଲକସ୍ଥିତ ଶୋଭାଖାନ୍ ପ୍ଲସ୍ ଟୁ ହାଇସ୍କୁଲରେ ପଞ୍ଚାୟତ ଶିକ୍ଷକ ଭାବରେ ଶିକ୍ଷାଦାନ କରୁଥିଲି। ଏହାପରେ ମୁଁ ୨୦୧୪ ମାର୍ଚ୍ଚ ଟିଇଟି ପାସ କରିଥିଲି। ୨୦୨୪ ଡିସେମ୍ବର ୩୦ ତାରିଖରେ ଏକ ସ୍ୱତନ୍ତ୍ର ଶିକ୍ଷକ ଭାବରେ ନିଯୁକ୍ତି ପତ୍ର ଗ୍ରହଣ କରିଥିଲି।|ନୂତନ ନିଯୁକ୍ତି ପତ୍ର ଆଧାରରେ ମୋତେ ଜାନୁୟାରି ୨୦୨୫ ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟ କରିବାକୁ କୁହାଯାଇଥିଲା। କିନ୍ତୁ ଡିସେମ୍ବର ୩୧ ତାରିଖରେ ମୋତେ ଅବସର ନେବାକୁ ପଡ଼ିଥିଲା।
ନିଯୁକ୍ତି ପତ୍ର ବିଷୟରେ ଅନୀତା କହିଛନ୍ତି ଯେ,ମୁଁ ସଂପୂର୍ଣ୍ଣ ଦ୍ୱନ୍ଦ୍ୱରେ ଥିଲି। କାରଣ ମୁଁ ସ୍ବତନ୍ତ୍ର ଶିକ୍ଷକ ନିୟମ ଅନୁଯାୟୀ ନିଯୁକ୍ତି ପତ୍ର ଗ୍ରହଣ କରିବି କି ନାହିଁ । ୨୦୨୪ ଡିସେମ୍ବର ୩୧ ତାରିଖରେ ମୁଁ ୬୦ ବର୍ଷ ବୟସ ପ୍ରଦାର୍ପଣ କଲି। ଏହି କାରଣରୁ ମୋର ଡିସେମ୍ବର ୩୧ରେ ଅବସର ସମୟ ହୋଇଯାଇଥିଲା ବୋଲି କୁହାଯାଇଥିଲା।’
ଅଧିକପଢ଼ନ୍ତୁ:ହଳଦୀଆ ସୂତାରେ ତିଆରି ମଙ୍ଗଳସୂତ୍ର ପିନ୍ଧିବା ପଛର କାରଣ କହିଲେ କୀର୍ତ୍ତି