ନୂଆଦିଲ୍ଲୀ: ବିହାର ସରକାରଙ୍କ ମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ତାଙ୍କର ସ୍ବତନ୍ତ୍ର ଶୈଳୀ ପାଇଁ ପ୍ରାୟତଃ ଚର୍ଚ୍ଚାର ପରିସରରେ ରହିଥାଆନ୍ତି। ତେଜ ପ୍ରତାପ କେତେବେଳେ ଭଗବାନ କୃଷ୍ଣଙ୍କ ରୂପରେ ନଜର ଆସିଥାଆନ୍ତି ତ କେତେବେଳେ ସାଇକେଲ ଚଲାଇ ମନ୍ତ୍ରାଳୟରେ ପହଞ୍ଚି ଥାଆନ୍ତି।
ସମ୍ପ୍ରତି ତେଜ ପ୍ରତାପ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଶୋଇଥିବା ଅବସ୍ଥାରେ ନଜର ଆସୁଛନ୍ତି। ଆଉ ସ୍ବପ୍ନରେ ମହାଭାରତ ଯୁଦ୍ଧ ସମୟରେ ସେ ଭଗବାନ ବିଷ୍ଣୁଙ୍କ ବିଶାଳ ରୂପ ଦେଖିୁଛନ୍ତି। ସେ ସ୍ବପ୍ନରେ ଭଗବାନ ବିଷ୍ଣୁଙ୍କ ବିଶାଳ ରୂପ ଦେଖି ଚମକି ପଡ଼ି ନିଦରୁ ଉଠି ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳୁଛି।
ତେଜ ପ୍ରତାପ ଟୁଇଟରରେ ଭିଡିଓ ସେୟାର କରି ଲେଖିଛନ୍ତି ‘ବିଶ୍ବ ରୂପ ଦର୍ଶନ ସମୟରେ ମୁକୁଟ ଓ ସୁଶୋଭିତ ଚକ୍ର, ଗଦାରେ ଆପଣଙ୍କୁ ଦେଖିଛି। କିନ୍ତୁ ଆପଣ ଚମକୁଥିବା ଅଗ୍ନି ଭଳି ଦେଖା ଯାଉଥିଲେ। ଏହା ଭିତରୁ ଆପଣଙ୍କୁ ଦେଖିବା କଠିନ ଥିଲା।’
विश्व रूप दर्शन योग मैं मुकुट से सुशोभित चक्र और गदा से सुसज्जित शस्त्रों के साथ सर्वत्र दीप्तिमान लोक के रूप में आपके रूप को देख रहा हूँ। इस चमचमाती अग्नि में आपके तेज को देख पाना कठिन है जो सभी दिशाओं से प्रस्फुटित होने वाले सूर्य के प्रकाश की भांति है। pic.twitter.com/tqcrkKH5Qo
— Tej Pratap Yadav (@TejYadav14) March 22, 2023
କିଛିଦିନ ପୂର୍ବରୁ ତେଜ ପ୍ରତାପ ସାଇକେଲରେ ନିଜର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ତେଜ ପ୍ରତାପ କହିଥିଲେ, ‘ସକାଳ ୯ଟାରେ ସେ ଯେତେବେଳେ ଶୋଇଥିଲେ, ନେତାଜି ମୁଲାୟମ ସିଂହ ସ୍ବପ୍ନରେ ଆସିଥିଲେ। ଏହି ସମୟରେ ସେ ମୁଲାୟମ ସିଂହଙ୍କ ସହିତ ଅନେକ କଥା ବି ହୋଇଥିଲେ। ଆଲିଙ୍ଗନ ବି କରିଥିଲେ।
କେବଳ ଏତିକି ନୁହେଁ, ତାଙ୍କ ସହିତ ସାଇକେଲ ବି ଚଲାଇଥିଲେ। ଏହି ଘଟଣା ପରେ ସାଇକେଲ ଚଲାଇବାକୁ ତାଙ୍କୁ ପ୍ରେରଣା ମିଳିଥିଲା ବୋଲି ତେଜ ପ୍ରତାପ କହିଥିଲେ।
ଉଲ୍ଳେଖଯୋଗ୍ୟ, ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ୨୦୨୨ ଅକ୍ଟୋବର ୧୦ ତାରିଖରେ ହୋଇଥିଲା। ୮୧ବର୍ଷ ବୟସରେ ସେ ଏହି ଦୁନିଆକୁ ଅଳବିଦା କହିଥିଲେ।