ପାଟ୍‌ନା: ବିହାରରେ ଜ‌ଣେ ସ୍ବାମୀ ଓ ତାଙ୍କ ନାବାଳିକା ପତ୍ନୀ ହେପାଜତରେ ଥିବା ବେଳେ ପ୍ରାଣ ହରାଇବା କାରଣରୁ କ୍ରୋଧିତ ଗ୍ରାମବାସୀ ପୁଲିସ୍‌ ଷ୍ଟେସନକୁ ଭଙ୍ଗାରୁଜା କରି ବିହାରର ଆରାରିଆ ଜିଲ୍ଲାର ତାରାବାରି ଗ୍ରାମରେ ନିଆଁ ଲଗାଇ ଦେଇଛନ୍ତି।
ପତ୍ନୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ତାଙ୍କ ୧୪ ବର୍ଷର ଶାଳୀଙ୍କୁ ଦୁଇ ଦିନ ତଳେ ବିବାହ କରିଥିଲେ। ଭାରତରେ ମହିଳାଙ୍କ ବିବାହ କରିବାର ଆଇନଗତ ବୟସ ୧୮ ହୋଇଥିବାରୁ ଗୁରୁବାର ଅପରାହ୍ନରେ ସେମାନଙ୍କୁ ପୁଲିସ ଗିରଫ କରିଥିଲା। ସ୍ଥାନୀୟ ଲୋକମାନଙ୍କ କହିବାନୁସାରେ ପୁଲିସ୍‌ ଉଭୟ ପୁରୁଷ ଓ ତାଙ୍କ ନାବଳିକା ପତ୍ନୀଙ୍କୁ ବିବାହ ପରେ ଅଟକ ରଖିଥିଲା।

Advertisment

ପୁଲିସର ଲକଅପ୍ ଲାଗିଥିବା ଏକ ସିସିଟିଭି ଭିଡିଓରେ ଦର୍ଶାଯାଇଛି ଯେ ଜଣେ ବ୍ୟକ୍ତି ଜଣକ ଲକ୍ଅପ୍ କବାଟ ଉପରକୁ ଚଢ଼ି ନିଜକୁ କପଡ଼ାରେ ଟାଙ୍ଗି ଦେଇଛନ୍ତି। ଦୁହିଁଙ୍କ ମୃତ୍ୟୁ ଖବର ଏହି ଅଞ୍ଚଳରେ ବ୍ୟାପିବା ପରେ କ୍ରୋଧିତ ଗ୍ରାମବାସୀ ତାରାବରି ପୁଲିସ ଷ୍ଟେସନକୁ ଘେରିଯାଇ ପୁଲିସ କର୍ମଚାରୀଙ୍କ ଉପରକୁ ପଥର ଫିଙ୍ଗିଥିଲେ।

ଏଥିରେ ରାଗିଯାଇଥିବା ଗ୍ରାମବାସୀମାନେ ପୁଲିସ ଷ୍ଟେସନରେ ଭଙ୍ଗାରୁଜା କରି ପରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ଅତି କମରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ଏ ନେଇ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସଦର ଏସଡିପିଓ ରାମପୁକାର ସିଂଙ୍କ ସମେତ ଅନେକ ପୁଲିସ ଷ୍ଟେସନରୁ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଥିରେ କ୍ରୋଧିତ ଗ୍ରାମବାସୀ ବିରୋଧ ଜାରି ରଖି ପୁଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ।

ମାଡ଼ ଦିଆଯିବା ପରେ ପୁଲିସର ଅବହେଳା ହେତୁ ଦମ୍ପତି ହେପାଜତରେ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛି।