୧୧ ଥର ଟିକା ନେଇଥିବା ବୟସ୍କ ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ, ତୁରନ୍ତ ହୋଇପାରନ୍ତି ଗିରଫ !

ନୂଆଦିଲ୍ଲୀ: ଭୁଲ ତରିକାରେ କରୋନା ଟିକାର ୧୧ ଟି ଖୋରାକ ନେଇଥିବା ବିହାର ମଧେପୁରା ଜିଲ୍ଲାର ୮୪ ବର୍ଷିୟ ବୃଦ୍ଧା ବ୍ରହ୍ମଦେବ ମଣ୍ଡଳ ତୁରନ୍ତ ଗିରଫ ହୋଇପାରନ୍ତି । ବ୍ରହ୍ମଦେବ ମଣ୍ଡଳଙ୍କ ବିରୋଧରେ ମଧେପୁରା ଜିଲ୍ଲା ପୁରେନୀ ଥାନାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ବିନୟ କୃଷ୍ଣ ପ୍ରସାଦ ଅଭିଯୋଗ ଦାଖଲ କରିଛନ୍ତି । ଏନେଇ ପୁଲିସ ବିଭିନ୍ନ ଧାରାରେ ମାମଲା ରୁଜୁ କରି ବ୍ରହ୍ମଦେବଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ବ୍ରହ୍ମଦେବ ମଣ୍ଡଳଙ୍କ ବିରୋଧରେ ପୁଲିସ ଧାରା ୧୮୮,୪୧୯,୪୨୦ ଅର୍ନ୍ତଗତ ମାମଲା ରୁଜୁ କରିଛି, ଯାହା କି ଜାମିନ ବିହୀନ ଧାରା ଅଟେ । ହେଲେ ବୟସାଧିକ କାରଣରୁ ବ୍ରହ୍ମନନ୍ଦ ଗିରଫ ହେବା ପରେ ଜାମିନ ପାଇ ପାରନ୍ତି ବୋଲି ଆଶା କରାଯାଉଛି ।

ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବ୍ରହ୍ମଦେବ କହିଥିଲେ ଯେ, ସେ ଗତ ବର୍ଷ ଫେବ୍ରୁଆରି ୧୩ରେ ତାଙ୍କର ପ୍ରଥମ ଟିକା ନେଇଥିଲେ। ଏହା ପରେ ଫେବ୍ରୁଆରି ୧୩ରୁ ଡିସେମ୍ବର ୩୦ ମଧ୍ୟରେ ସେ ଏକ ଜନସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକାର ୧୧ଟି ଡୋଜ ନେଇଥିଲେ। ଏହା ସହ ଟିକା ନେବାର ସ୍ଥାନ, ତାରିଖ ଏବଂ ସମୟକୁ ମଧ୍ୟ ସେ ଲେଖି ରଖିଥିଲେ।

ତାଙ୍କ ଲେଖା ଅନୁଯାୟୀ,

ପ୍ରଥମ ଡୋଜ: ଫେବ୍ରୁଆରି ୧୩, ପୁରୁଣା ପିଏଚସିରେ।
ଦ୍ୱିତୀୟ ଡୋଜ୍: ମାର୍ଚ୍ଚ ୧୩, ପୁନର୍ବାର ପୁରୁଣାପିଏଚସିରେ।
ତୃତୀୟ ଡୋଜ: ମେ ୧୯, ଓରାଇ ଉପ-ସ୍ୱାସ୍ଥ୍ୟକେନ୍ଦ୍ରରେ।
ଚତୁର୍ଥ ଡୋଜ: ଜୁନ୍ ୧୬, ଏକ ଶିବିରରେ।
ପଞ୍ଚମ ଡୋଜ: ଜୁଲାଇ ୨୪, ବାଡି ହାଟ ସ୍କୁଲ ଶିବିରରେ।
ଷଷ୍ଠ ଡୋଜ: ଅଗଷ୍ଟ ୩୧, ନାଥବାବା ଶିବିରରେ।
ସପ୍ତମ ଡୋଜ: ସେପ୍ଟେମ୍ବର ୧୧, ପୁନର୍ବାର ବାଡି ହାଟ ସ୍କୁଲ ଶିବିରରେ।
ଅଷ୍ଟମ ଡୋଜ: ସେପ୍ଟେମ୍ବର ୨୨, ବାଡି ହାଟ ସ୍କୁଲରେ।
ନବମ ଡୋଜ: ସେପ୍ଟେମ୍ବର ୨୪, କଲାସାନର ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ।
ଦଶମ ଡୋଜ: ଖାଗରିଆ ଜିଲ୍ଲାର ପାର୍ବଟ୍ଟାରେ।
ଏକାଦଶ ଡୋଜ: ଭାଗଲପୁରର କାହଲଗାଓଁରେ।

ସମ୍ବନ୍ଧିତ ଖବର