ମୁଜାଫରପୁର: ବିହାର ମୁଜାଫରପୁର ଆଶ୍ରୟସ୍ଥଳରେ ୩୪ ନାବାଳିକାଙ୍କୁ ହୋଇଥିବା ଦୁଷ୍କର୍ମ ମାମଲାରେ ପୁଲିସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରୁ ଅନେକ ଲୋମହର୍ଷଣକାରୀ ତଥ୍ୟ ହସ୍ତଗତ ହୋଇଛି। ପୋକ୍ସୋ କୋର୍ଟରେ ଗତ ୨୮ ତାରିଖରେ ଦାଖଲ ହୋଇଥିବା ଏହି ଚାର୍ଜସିଟ୍ ଅନୁସାରେ ଆଶ୍ରୟସ୍ଥଳ ମଧ୍ୟରେ ଏକ ଗୃହକୁ ଅପରେସନ୍ ଥିଏଟର (ଓଟି) ଭାବେ ପ୍ରସ୍ତୁତ କରାଯାଇଥିଲା। ଦୁଷ୍କର୍ମ ଯୋଗୁ ଯେଉଁ ନାବାଳିକା ଗର୍ଭବତୀ ହେଉଥିଲେ ସେମାନଙ୍କୁ ଏହି ଅପରେସନ୍ ଥିଏଟର୍ରେ ଜୋରଜବରଦସ୍ତ ଗର୍ଭପାତ କରାଯାଉଥିଲା। ଅନ୍ୟପକ୍ଷରେ ଆଶ୍ରୟସ୍ଥଳରୁ ୬୭ ପ୍ରକାର ନିଶା ଔଷଧ ମଧ୍ୟ ମିଳିଛି। ଏହି ନିଶା ଔଷଧ ଖାଦ୍ୟରେ ମିଶାଯାଇ ନାବାଳିକାଙ୍କୁ ଦିଆଯାଉଥିଲା। ଫଳରେ ସେମାନେ ଶୋଇଯିବା ପରେ ସେମାନଙ୍କୁ ଦୁଷ୍କର୍ମ କରାଯାଉଥିଲା। ଚାର୍ଜସିଟ୍ ଅନୁସାରେ ଆଶ୍ରୟସ୍ଥଳରେ ଥିବା ୪୦ ନାବାଳିକାଙ୍କ ମଧ୍ୟରୁ ୩୨ ଜଣଙ୍କୁ ଦୁଷ୍କର୍ମ କରାଯାଇଥିଲା। ନାବାଳିକାମାନଙ୍କ ଠାରୁ ବୟାନ ରେକର୍ଡ କରାଯାଇ ଏହି ୧୬ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାରେ ସିବିଆଇ ପକ୍ଷରୁ ଏତଲା ଦାଏର ହୋଇଛି।
ବିହାର ନାବାଳିକା ଦୁଷ୍କର୍ମ ମାମଲା:ଗର୍ଭପାତ ପାଇଁ ଆଶ୍ରୟସ୍ଥଳରେ ଥିଲା ଓଟି
/sambad/media/post_attachments/wp-content/uploads/2018/07/Bihar-minor-rape-case.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)