ମୁଙ୍ଗେର: ବିହାରର ମୁଙ୍ଗେର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବରମାଲା ପରେ କନ୍ୟା ପ୍ରେମିକ ସହ ଫେରାର ହୋଇଯାଇଥିବା ଜଣାଯାଇଛି। ରସଗୋଲା ଖାଇ ହାତ ଧୋଇବାକୁ ଯାଉଛି ବୋଲି କହି ବାହାରକୁ ଯାଇଥିବା କନ୍ୟା ପ୍ରେମିକ ସହ ମଣ୍ଡପରୁ ଫେରାର ହୋଇଯାଇଥିଲା ବୋଲି ଜଣାଯାଇଛି। ଏହି ଘଟଣା ପରେ କନ୍ୟାର ପରିବାର ଥାନାରେ ପହଞ୍ଚି ଝିଅକୁ ଖୋଜି ଆଣିବାକୁ ପୁଲିସ ଆଗରେ ଗୁହାରି କରୁଛନ୍ତି।
ସୂଚନା ମୁତାବକ, ଏହି ଘଟଣାଟି ଅସରଗଞ୍ଜ ଥାନା ଅଞ୍ଚଳର ସାଜୁଆ ପଞ୍ଚାୟତରେ ଥିବା ସତୀ ସ୍ଥାନ ଗ୍ରାମର। ଏଠାରେ ରହୁଥିବା ଅରୁଣ ମଣ୍ଡଳଙ୍କ ଝିଅ ୨୧ବର୍ଷୀୟା ନନ୍ଦିନୀ ଓରଫ ନେହା କୁମାରୀଙ୍କ ବିବାହ ବୁଧବାର ହେବାର ଥିଲା। ବିବାହରେ ସମଗ୍ର ପରିବାର ଉତ୍ସାହିତ ଥିବା ସହ ବରଯାତ୍ରୀଙ୍କୁ ଅପେକ୍ଷା କରାଯାଇଥିଲା। ବରଯାତ୍ରୀ ପହଞ୍ଚିବା ପରେ ବିବାହର ରୀତିନୀତି ଆରମ୍ଭ କରାଯାଇଥିଲା। ବରମାଲା ପରେ ରସଗୋଲା ଖାଇଥିବା ନନ୍ଦିନୀ ହାତ ଧୋଇବାକୁ ଯାଇ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପ୍ରେମିକ ସହ ଫେରାର ହୋଇଯାଇଥିଲେ। କନ୍ୟାକୁ ବେଦୀକୁ ଡକାଯିବା ପରେ ସେ ନଆସିବାରୁ ବରପକ୍ଷକୁ ଏବିଷୟରେ ଖବର ମିଳିଥିଲା। କନ୍ୟା ଏଭଳି ଫେରାର ହୋଇଯାଇଥିବା ଜାଣି ମୁଣ୍ଡରୁ ପଗଡ଼ି ଖୋଲି ଫିଙ୍ଗି ଦେଇଥିଲା ବର। ସାନ ଝିଅ ସହ ବିବାହ କରାଇବାକୁ କନ୍ୟାପକ୍ଷ ପ୍ରସ୍ତାବ ଦେଇଥିଲେ ବି ନା କହି ସେଠାରୁ ଫେରିଯାଇଥିଲେ ବରପକ୍ଷ।
ଏବେ ଝିଅର ପତ୍ତା ମିଳିନଥିବାରୁ ପରିବାର ଲୋକେ ପୁଲିସର ସାହାଯ୍ୟ ଲୋଡିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/04/24/FpF3Ulhh7zfXj3KFzI3i.jpg)