ପାଟନା: ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି NDA ଐତିହାସିକ ବହୁମତ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟି ନଭେମ୍ବର ୧୯ରେ ଇସ୍ତଫା ଦେବେ ବୋଲି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଜଣାଇଥିଲେ ଯେ, କ୍ୟାବିନେଟ୍ ନଭେମ୍ବର ୧୯ ତାରିଖରେ ୧୭ତମ ବିଧାନସଭା ଭଙ୍ଗ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି। ବର୍ତ୍ତମାନର ବିଧାନସଭା ନଭେମ୍ବର ୧୯ରେ ଆନୁଷ୍ଠାନିକ ଭାବରେ ଶେଷ ହେବ। ସେପର୍ଯ୍ୟନ୍ତ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବେ। ନଭେମ୍ବର ୧୯ ତାରିଖରେ ସେ ପୁଣି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବେ ଏବଂ ନୂତନ ସରକାର ଗଠନ ପାଇଁ ଦାବି କରିବେ।
ତେବେ ନିର୍ବାଚନରେ ବିଜେପି ୮୯, ଜେଡିୟୁ ୮୫, ଏଲଜେଏପି (ରାମ ବିଳାସ) ୧୯ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳ ୯ ଆସନ ଜିତିଥିଲା। ବହୁମତ ହାସଲ କରି ଏବେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଛି NDA।
ନଭେମ୍ବର ୨୦ରେ ଶପଥ ଗ୍ରହଣ
ବିହାରରେ ସରକାର ଗଠନ ପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ୩ ଦିନ ମଧ୍ୟରେ ବିହାରରେ ସରକାର ଗଠନ ହେବ। ସୂଚନାନୁଯାୟୀ, ନଭେମ୍ବର ୨୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ଉତ୍ସବ ପାଇଁ ଏବେ ପାଟନାର ଗାନ୍ଧୀ ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି। ଉତ୍ସବରେ ପ୍ରଧାନମନ୍ତ୍ରୀ ଏବଂ ବିଜେପି ନେତୃତ୍ବାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି।
ନୀତିଶଙ୍କ ଇସ୍ତଫା ପରେ ହେବ ବିଧାୟକ ଦଳ ବୈଠକ
ନୀତିଶଙ୍କ ଇସ୍ତଫା ପରେ JDU ବିଧାୟକ ଦଳ ବୈଠକ କରିବ, ଯେଉଁଠାରେ ନୀତିଶ କୁମାରଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯିବା ନେଇ ଆଶା କରାଯାଉଛି। ଏହା ପରେ ବିଜେପି ବିଧାୟକ ଦଳର ଏକ ବୈଠକ ହେବ, ଏବଂ ଶେଷରେ, NDA ବିଧାୟକ ଦଳର ଏକ ମିଳିତ ବୈଠକ ହେବ, ଯେଉଁଠାରେ ନୀତିଶ କୁମାରଙ୍କୁ ମେଣ୍ଟ ନେତା ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଏହା ପରେ, NDA ପ୍ରତିନିଧି ଦଳ ରାଜ୍ୟପାଳଙ୍କ ପାଖକୁ ଯାଇ ସରକାର ଗଠନ ପାଇଁ ଦାବି କରିବେ।
ଆହୁରି ପଢ଼ନ୍ତୁ: Movie Varanasi: ରାଜାମୌଲିଙ୍କ ନୂତନ ସିନେମା ‘ବାରାଣସୀ’ର ଧମାକେଦାର ଟିଜର ରିଲିଜ୍, ମହେଶ ବାବୁଙ୍କ ପ୍ରଥମ ଲୁକ୍ ଭାଇରାଲ
ଆହୁରି ପଢ଼ନ୍ତୁ: Saudi Arabia Bus Accident: ଟ୍ୟାଙ୍କର ସହିତ ଧକ୍କା ହେଲା ମକ୍କାରୁ ମଦିନା ଯାଉଥିବା ବସ୍, ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/17/nitish-kumar-2025-11-17-13-05-37.jpg)