ନୂଆଦିଲ୍ଲୀ: ନୀତିଶ କୁମାର ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ନୀତିଶ କୁମାର ବିହାରର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ବ୍ୟକ୍ତି ହୋଇ ଯାଇଛନ୍ତି। 

Advertisment

ନୀତିଶ କୁମାରଙ୍କର ମୋଟ ସମ୍ପତ୍ତି

ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନୀତିଶ କୁମାରଙ୍କ ସମ୍ପତ୍ତି ବିଷୟରେ ଲୋକେ ଜାଣିବାକୁ ଚାହିଁଛନ୍ତି।ପ୍ରାୟତଃ ଦେଖାଯାଏ ଯେ ରାଜନେତାମାନେ ସେମାନଙ୍କ ସମ୍ପତ୍ତି ମୂଲ୍ୟକୁ ଗୁପ୍ତ ରଖି ଥାଆନ୍ତି, କିନ୍ତୁ ନୀତିଶ କୁମାର ବିହାରରେ ଏକ ଭିନ୍ନ ନିୟମ ଲାଗୁ କରିଛନ୍ତି।ଏହି ନିୟମ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ପ୍ରତିବର୍ଷ ଶେଷରେ ସେମାନଙ୍କର ସମ୍ପତ୍ତି ଏବଂ ଦାୟିତ୍ବ ସାର୍ବଜନୀନ ଭାବରେ ପ୍ରକାଶ କରିବେ। ରିପୋର୍ଟ ଅନୁଯାୟୀ, ୨୦୨୪ ବିଧାନସଭା ପରିଷଦ ନିର୍ବାଚନ ସମୟରେ ନୀତିଶ କୁମାରଙ୍କର ମୋଟ ସମ୍ପତ୍ତି ୧,୬୪,୮୨,୭୧୯ ଟଙ୍କା ଥିଲା।

ନୀତୀଶ  ପାଖରେ ସୀମିତ ବ୍ୟାଙ୍କ ବାଲାନ୍ସ

ଗତ ବର୍ଷ ଡିସେମ୍ବର ୩୧ ତାରିଖରେ ସମ୍ପତ୍ତି ଘୋଷଣା ଅନୁଯାୟୀ ନୀତିଶ କୁମାରଙ୍କ ପାଖରେ ସୀମିତ ନଗଦ ୨୧, ୦୫୨ ଟଙ୍କା ଥିବା ବେଳେ ତାଙ୍କର ବ୍ୟାଙ୍କ ଜମା ରାଶି ୬୦, ୮୧୧ଟଙ୍କା ଥିଲା। ନୀତିଶ କୁମାରଙ୍କ ପଶୁପକ୍ଷୀଙ୍କ ପ୍ରତି ଖୁବ ଦୁର୍ବଳତା ରହିଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୩ଟି ଗାଈ ଏବଂ ୧୦ଟି ବାଛୁରୀ ଅଛି। ଏହା ବ୍ୟତୀତ ୧୦ମ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାରଙ୍କ ଏକ ଫୋର୍ଡ ଇକୋସ୍ପୋର୍ଟ କାର ଅଛି, ଯାହାକୁ ଆଜିର ସମୟରେ ଏକ ସାଧାରଣ କାର ଭାବରେ ବିବେଚନା କରାଯାଉଛି।

ଅଧିକପଢ଼ନ୍ତୁ:ନେପାଳର ବାରା ଜିଲ୍ଲାରେ ଜେନ୍–ଜି ପ୍ରତିବାଦକାରୀ ଓ UML କର୍ମୀଙ୍କ ମଧ୍ୟରେ ସଂଘର୍ଷ, କର୍ଫ୍ୟୁ ଲାଗୁ

ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି 

ନୀତିଶ କୁମାରଙ୍କ ମୋଟ ସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୬ ଲକ୍ଷ ୯୭ ହଜାର ଟଙ୍କା ରହିଥିବା ବେଳେ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଏକ ଫ୍ଲାଟ୍ ଅଛି। ୨୦୦୪ ମସିହାରେ କେନ୍ଦ୍ରୀୟ ରାଜନୀତିରେ ନୀତିଶ ସକ୍ରିୟ ଥିବା ସମୟରେ ୧୦୦୦ ବର୍ଗଫୁଟର ଏହି ଫ୍ଲାଟକୁ ସେ କିଣିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୧.୪୮ କୋଟି ଟଙ୍କା ଥିବା ଆକଳନ କରାଯାଇଛି।

ଅଧିକପଢ଼ନ୍ତୁ:ଚଳନ୍ତା କାର୍‌ ଉପରେ ବସି ପ୍ରେମିକାକୁ ଚୁମ୍ବନ କଲା ପ୍ରେମିକ, ହିରୋଗିରି ଛଡ଼ାଇ ଦେଲା ପୁଲିସ