ବିହାରରେ ବିଜେପି ଏବଂ ଜେଡିୟୁ ମେଣ୍ଟ ପାଇଁ ନୂଆ ସୂତ୍ର ବାହାର କରିଛନ୍ତି ନୀତିଶ କୁମାର!

ପାଟନା: ବିହାରରେ ବିଜେପି ଏବଂ ଜେଡିୟୁ ମେଣ୍ଟ ଏଥର ପୁଣି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚେହେରାଭାବେ ଗ୍ରହଣ କରି ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି କିଛି ଦିନ ତଳେ ଅମିତ ଶାହ ଘୋଷଣା କରିଥିଲେ। ତେବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ବିହାରରେ ଆସନ ବୁଝାମଣା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ଫର୍ମୁଲା ପ୍ରସ୍ତୁତ କରିଥିବା କୁହାଯାଉଛି।

Image result for bjp jdu alliance
image source-india today

ବିହାରରେ ବିଜେପି ଏବଂ ଜେଡିୟୁ ଲୋକସଭା ନିର୍ବାଚନ ସମୟରେ ସମାନ ଆସନରେ ନିର୍ବାଚନ ଲଢିଥିଲେ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ବିଧାନସଭା ନିର୍ବାଚନରେ ଆସନ ବୁଝାମଣା ୨୦୧୦ ରେ ହୋଇଥିବା ବୁଝାମଣା ଆଧାରରେ ହୋଇପାରେ। ସୂଚନାଯୋଗ୍ୟ, ୨୦୧୦ ରେ ଜେଡିୟୁ ୧୪୧ ଏବଂ ବିଜେପି ୧୦୨ ଆସନରେ ବିଧାନସଭା ନିର୍ବାଚନ ଲଢିଥିଲେ।

ଏବେ ଏହି ମେଣ୍ଟରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଏଲଜେପି ଥିବାରୁ ତା’ପାଇଁ ମଧ୍ୟ କିଛି ଆସନ ଛାଡିବାକୁ ହେବ। ଉଭୟ ବିଜେପି ଏବଂ ଜେଡିୟୁ ନିଜର ଆସନରୁ ୧୫ଟି ଲେଖାଏଁ ଏଲଜେପିକୁ ଦେବେ। ଯଦିଓ ନୀତିଶଙ୍କ ଫର୍ମୁଲା ସାର୍ବଜନୀନ ହୋଇନାହିଁ , ତେବେ କୁହାଯାଉଛି ଯେ, ତାଙ୍କ ଦଳର ଏହି ଫର୍ମୁଲାକୁ ବିଜେପି ମାନିବ।

ସମ୍ବନ୍ଧିତ ଖବର