ଚର୍ଚ୍ଚାରେ ଚାକିରି ପାଇଁ ବାହାରିଥିବା ଏହି ବିଜ୍ଞାପନ, ଅପରାଧ କରିବାକୁ ଚାହୁଁଥିବା ଲୋକେ କରି ପାରିବେ ଆବେଦନ !

ପାଟନା : କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଚାକିରି ପାଇଁ ବାହାରିଥିବା ଏକ ବିଜ୍ଞାପନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜ୍ଞାପନରେ ଲେଖାଥିବା କଥାଗୁଡ଼ିକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏଭଳି ବିଜ୍ଞାପନ ଏକ ବାଇକର୍ସ ଗ୍ୟାଙ୍ଗ କରିଥିବା ଜଣା ପଡ଼ିଛି । ଫେସ୍‌ବୁକ୍‌ରେ କରାଯାଇଥିବା ଏହି ପୋଷ୍ଟ ପୁଲିସର ନଜରକୁ ଆସିବା ପରେ ମୁଖ୍ୟ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

India Today

ସୂଚନା ମୁତାବକ, ଦୁଇ ଦିନ ହେଲାଣି ଫେସ୍‌ବୁକ୍‌ରେ ଏକ ବାଇକର୍ସ ଗ୍ୟାଙ୍ଗ କିଛି ଯୁବକଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ କରିବାକୁ ଚାହୁଁଥିବା ବେଳେ ଏ ନେଇ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରାଯାଇଥିଲା । ଯେଉଁମାନେ ବିଭିନ୍ନ ଧରଣର ଅପରାଧ କରିବା ପାଇଁ ଇଚ୍ଛୁକ ବା ଅପରାଧ କରିବାରେ ମାହିର୍‌ ସେମାନେ ହିଁ ଏହି ଚାକିରି ପାଇଁ ଆବେଦନ କରି ପାରିବେ । ଏହି ପୋଷ୍ଟ ପଢ଼ି ଯଦି କେହି ଏହି ଚାକିରି କରିବାକୁ ନିଜକୁ ଯୋଗ୍ୟ ବୋଲି ଭାବିବେ ତେବେ ତଳେ କମେଣ୍ଟ ବକ୍ସରେ ବା ଇନ୍‌ବକ୍ସରେ ଆସି ସବିଶେଷ ବିବରଣୀ ନେଇ ପାରିବେ ବୋଲି କରାଯାଇଥିବା ପୋଷ୍ଟରେ ଲେଖାଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର