ବିହାର ଆକାଶରୁ ପଡ଼ିଲା ଏକ ଅଦ୍ଭୁତ ପଥର, ଚୁମ୍ବକ ଲାଖି ଯାଉଥିବା ନେଇ ଲୋକେ ହେଉଛନ୍ତି ଆଶ୍ଚର୍ଯ୍ୟ

ମଧୁବନ: ବନ୍ୟାରେ ବେହାଲ୍‌ ହୋଇଥିବା ବିହାରର ମଧୁବନି ଜିଲ୍ଲାରେ ଏକ ଅଦ୍ଭୁତ ପଥର ଦେଖିବାକୁ ମିଳିଛି। ମଧୁବନିର ଲୋକହି ପୁଲିସ ଷ୍ଟେସନ୍‌ ଅଧୀନ ମହାଦେବା ଗ୍ରାମରେ ଗତ ସୋମବାର ଆକାଶରୁ ଏକ ଅଦ୍ଭୁତ ପଥର ଖସି ପଡ଼ିଥିବା ଖବର ମିଳିଛି।

ମଧୁବନି ଡିଏମ ଶୀର୍ଷତ କପିଲ ଅଶୋକଙ୍କ କହିବାନୁସାରେ, କେତେଜଣ ଚାଷୀ ଜମିରେ କାମ କରୁଥିଲେ। ସେତେବେଳେ ଅସାମାନ୍ୟ ଭାବେ ବଡ଼ ଜୋରରେ ଏକ ଶବ୍ଦ ହୋଇଥିଲା। ଏଭଳି ଶବ୍ଦ କେଉଁଠାରୁ ଆସିଲା ତାହାର ସୂଚନା ପାଇବା ପାଇଁ ଚାଷୀ ଏଣେତେଣ ଦଉଡିବାକୁ ଲାଗିଥିଲେ। ଏହି ସମୟରେ ସେମାନେ ଜମିରେ କିଛି ଗୋଟେ ପଡ଼ିଥିବା ଦେଖିବାକୁ ପାଇଥିଲେ, ଯାହାକି ପାଞ୍ଚଫୁଟ ଗଭୀର ଗାଢ଼ ଭିତରେ ଫସି ରହିଥିଲା। ପ୍ରଥମ ନଜରରେ ଏହା ହାଲୁକା ପିଣ୍ଡ ବୋଲି ଜଣାପଡ଼ିଥିଲା ଯାହାର ଓଜନ ପ୍ରାୟ ୧୩ କିଲୋଗ୍ରାମ ରହିଛି।

 

ପ୍ରକାଶିତ ରିପୋର୍ଟ ମୁତାବକ, ଗ୍ରାମର ଲୋକମାନେ କୌଣସି ଉପାୟରେ ଏହି ପଥରକୁ ବାହାର କରିଥିଲେ ଓ ଅଧିକାରୀଙ୍କୁ ଏନେଇ ସୂଚନା ଦେଇଥିଲେ। ପରେ ଜିଲ୍ଲା ପ୍ରଶାସନ ଏହି ପଥରକୁ ଜବତ କରି ଜିଲ୍ଲା ଟ୍ରେଜେରିରେ ରଖଛନ୍ତି। ଏହି କ୍ରମରେ ବୁଧବାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଉଲକା ପିଣ୍ଡ ବୋଲି କୁହାଯାଉଥିବା ଏହି ଅଦ୍ଭୁତ ପଥରକୁ ଦେଖିଛନ୍ତି। ସେ ଏହି ପଥରକୁ ଉଠାଇ ଓ ଚୁମ୍ବକ ସ୍ପର୍ଶ କରି ବି ଦେଖିଥିଲେ। ଏହାକୁ ଯେମିତି ସାଧାରଣ ଲୋକ ଦେଖି ପାରିବେ ସେଥିପାଇଁ ଏହି ଅଦ୍ଭୁତ ପଥରକୁ ବିହାର ମ୍ୟୁଜିୟମରେ ରଖାଯିବ ବୋଲି ବି କହିଛନ୍ତି।

ସ୍ଥାନୀୟଲୋକମାନଙ୍କ କହିବାନୁସାରେ, ପଥର ଜମିରେ ପଡ଼ିଲା ସମୟରେ ସେଥିରୁ ଧୁଆଁ ଭଳି ବାହାରୁଥିବା  ଦେଖିବାକୁ ମିଳିଥିଲା। ପଥରରେ ଚୁମ୍ବକ ବି ଲଟକି ଯାଉଛି।

ସମ୍ବନ୍ଧିତ ଖବର