‘ଦାଗ୍ ଅଛେ ହେଁ’: ଅପରାଧିକ ଅଭିଯୋଗ ଥିବା ୨୨ଜଣଙ୍କୁ ପ୍ରାର୍ଥୀ କରିବା ନେଇ ପ୍ରଶ୍ନ ଉଠିବା ପରେ ଏଭଳି କହିଲା ଆରଜେଡି

ପାଟନା: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଅପରାଧିକ ଅଭିଯୋଗ ଥିବା ୨୨ଜଣଙ୍କୁ ନିର୍ବାଚନ ଲଢ଼ିବା ନେଇ ଟିକେଟ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦଳ ପକ୍ଷରୁ ଅପରାଧିକ ଅଭିଯୋଗ ଥିବା ପ୍ରାୟ ୨୨ଜଣଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦିଆଯାଇଛି। ଦଳର ଏଭଳି ନିଷ୍ପତ୍ତିକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ‘ଦାଗ୍ ଅଛେ ହେଁ’ ବୋଲି କହି ଦଳ ନିଜ ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛି। ନିର୍ବାଚନ ଲଢ଼ିବାକୁ ଥିବା ୨୨ ଜଣଙ୍କ ବିରୋଧରେ ହତ୍ୟା ଏବଂ ନିର୍ଯାତନା ଭଳି ଗୁରୁତର ଅପରାଧିକ ଅଭିଯୋଗ ରହିଥିବା ସାମ୍ନାକୁ ଆସିଛି।

ନିର୍ବାଚନ କମିସନ ଗାଇଡଲାଇନ ଅନୁଯାୟୀ, ସୋସିଆଲ ମିଡିଆ ତଥା ଅନ୍ୟାନ୍ୟ ସାର୍ବଜନୀନ ପ୍ଲାଟଫର୍ମରେ ନିଜ ପ୍ରାର୍ଥୀମାନଙ୍କ ବିରୋଧରେ ଥିବା ଅପରାଧିକ ଅଭିଯୋଗ ସମ୍ପର୍କରେ ଆରଜେଡି ସୂଚନା ଦେଇଛି। ଅପରାଧିକ ଅଭିଯୋଗର ସମ୍ମୁଖୀନ ହୋଇଥିବା ଆରଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଅନନ୍ତ ସିଂ ରହିଛନ୍ତି। ତାଙ୍କ ନାମରେ ୩୮ଟି ଗୁରୁତର ଅଭିଯୋଗ ରହିଥିଲେ ମଧ୍ୟ ଦଳ ତାଙ୍କୁ ମୋକାମାରୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। ସୋସିଆଲ ମିଡିଆରେ ଆରଜେଡି ଦ୍ୱାରା ଉପସ୍ଥାପିତ ହୋଇଥିବା ତାଙ୍କ ଅପରାଧିକ ଇତିହାସର ହିସାବ ଅନୁଯାୟୀ ଅନନ୍ତ ସିଂଙ୍କ ବିରୋଧରେ ହତ୍ୟା ମାମଲା ସମେତ ମୋଟ ୩୮ଟି ମାମଲା ରହିଛି।

RJD alleges 'conspiracy' in Lok Sabha election defeat, forms 3-member committee to investigate
DNA India

ଏହା ସତ୍ତ୍ୱେ ଆରଜେଡି ଅନନ୍ତ ସିଂଙ୍କୁ ଟିକେଟ୍ ଦେଇଛି। ନିଜର ଏଭଳି ନିଷ୍ପତ୍ତିକୁ ନେଇ ଆରଜେଡି ଯୁକ୍ତି କରିଛି ଯେ, ଅନନ୍ତ ସିଂ ଅନ୍ୟ ପ୍ରାର୍ଥୀଙ୍କ ଅପେକ୍ଷା ବହୁତ ଲୋକପ୍ରିୟ। ତାଙ୍କ ନାମରେ ଅନେକ ଅଭିଯୋଗ ରହିଛି କାରଣ ସେ ଗରିବ ଏବଂ ବଞ୍ଚିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

ଅନନ୍ତ ସିଂହଙ୍କ ଅପେକ୍ଷ‌ା ଅପରାଧିକ ଅଭିଯୋଗ ଥିବ‌ା ଅନ୍ୟ ଆରଜେଡି ପ୍ରାର୍ଥୀମାନେ ହେଉଛନ୍ତି ବେଲଗଞ୍ଜର ସୁରେନ୍ଦ୍ର ଯାଦବ, ଶାହାପୁରରୁ ରାହୁଲ ତିୱାରୀ, ଜାମୁଇରୁ ବିଜୟ ପ୍ରକାଶ, ନୋଖାରୁ ଅନୀତା ଦେବୀ, ଦେହରୀରୁ ଫତେହ ବାହାଦୂର ସିଂ, ଫାତୁହାରୁ ରାମାନନ୍ଦ ଯାଦବ, ରଜୌଲୀରୁ ରେଜାଜୁଲ ହକ, ଶେରଘଟିରୁ ମଞ୍ଜୁ ଅଗ୍ରୱାଲ, ଦିନାରାରୁ ବିଜୟ କୁମାର ମଣ୍ଡଳ, ଭବୁଆରୁ ଭାରତ ବିନ୍ଦ, ବେଲହରରୁ ରାମଦେବ ଯାଦବ, ସୂର୍ଯ୍ୟଗଡରୁ ପ୍ରହ୍ଲାଦ ଯାଦବ, ସନ୍ଦେଶରୁ କିରଣ ଦେବୀ, ମଖଦମ୍ପୁରରୁ ସତୀଶ କୁମାର, ଝାଝାରୁ ରାଜେନ୍ଦ୍ର ପ୍ରସାଦ।

ସମ୍ବନ୍ଧିତ ଖବର