ପାଟନା: ବିହାରରେ ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ। ଶେଷ ପର୍ଯ୍ୟାୟରେ ୭୮ଟି ଆସନରେ ଭୋଟ୍ ଗ୍ରହଣ ଚାଲିଛି। ମୋଟ୍ ୨.୩୪ କୋଟି ଭୋଟର ୧୨୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସାରିଥିବା ବେଳେ ଅନେକ ସଂଖ୍ୟାରେ ଆସି ମତଦାନ କରୁଛନ୍ତି ବିହାରବାସୀ। କୋଭିଡ କଟକଣା ମାନି ମତଦାନ କରାଯାଉଛି। ମଧ୍ୟାହ୍ନ ୧ଟା ସୁଦ୍ଧା ୩୮.୮୨ପ୍ରତିଶତ ମତଦାନ ହୋଇସାରିଥିବା ନେଇ କହିଛନ୍ତି ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ। ଏହା ପୂର୍ବରୁ ଦିନ ୧୧ଟା ସୁଦ୍ଧା ୧୯.୭୪ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନର ଶେଷ ପର୍ଯ୍ୟାୟରେ ମତଦାନର ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।
ତେବେ ସାମାଜିକ ଦୂରତା ରକ୍ଷା କରି ଓ କୋଭିଡ ଗାଇଡଲାଇନକୁ ପାଳନ କରି ଧାଡିରେ ଆସି ଭୋଟରମାନେ ମତ ସାବ୍ୟସ୍ତ କରୁଛନ୍ତି । ମତଦାନ କେନ୍ଦ୍ର ଆଗରେ ଗୋଲେଇ ଚିହ୍ନ ଦିଆଯାଇଥିବା ବେଳେ ସେଠାରେ ଠିଆ ହୋଇ ଭୋଟରମାନେ ନିଜ ପାଳି ଆସିବା ଯାଏଁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି ।
/sambad/media/post_attachments/wp-content/uploads/2020/11/t-85.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Bihar-Election_2_Thumbnail-1.jpg)