ଏବେ ମଦ ପିଇ ଧରାପଡ଼ିଲେ ଯିବାକୁ ପଡ଼ିବ ନାହିଁ ଜେଲ ! କିନ୍ତୁ…

ନୂଆଦିଲ୍ଲୀ: ଏବେ ମଦ ପିଇ ଧରାପଡ଼ିଲେ ଯିବେ ନାହିଁ ଜେଲ। ମଦ ପିଉଥିବା ସମୟରେ ବା ପିଇବା ପରେ ଯଦି ପୁଲିସ ଆପଣଙ୍କୁ ଅଟକାଏ, ତେବେ ସେ ଆପଣଙ୍କୁ ଗିରଫ କରିପାରିବେ ନାହିଁ। ଏଭଳି କିଛି ନିୟମ ତିଆରି କରିଛନ୍ତି ବିହାର ସରକାର। ମଦ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଏହାକୁ ବିକ୍ରି କରୁଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବିହାରର ଅବକାରୀ ବିଭାଗ ଦ୍ୱାରା ନିଷ୍ପତ୍ତି ନିଆଯାଇଛି ଯେ ଯଦି ଜଣେ ବ୍ୟକ୍ତି ମଦ ପିଇ ଧରାପଡ଼ନ୍ତି ସେମାନଙ୍କୁ ଜେଲକୁ ପଠାଯିବ ନାହିଁ। ହେଲେ ଏଥିପାଇଁ‌ ସେମାନଙ୍କୁ କାହାଠାରୁ ମଦ କିଣି ପିଇଛନ୍ତି, ତାହା କହିବାକୁ ପଡ଼ିବ।

Free Stock Photo of Bar with rows of liquor bottles | Download Free Images  and Free Illustrations
freerangestock

ଖାଲି ସେତିକି ନୁହେଁ, ଯଦି ଦେଇଥିବା ସୂଚନା ଆଧାରରେ ମଦ ବ୍ୟବସାୟ ଓ ବ୍ୟବସାୟୀଙ୍କୁ ଗିରଫ କରାଯାଏ, ତେବେ ସୂଚନା ଦେଇଥିବା ଲୋକକୁ ଗିରଫ କରିବ ନାହିଁ ପୁଲିସ। ଅବକାରୀ ବିଭାଗର ଯୁଗ୍ମ ସଚିବ କୃଷ୍ଣ କୁମାର କହିଛନ୍ତି ଯେ, ଏହି ନିଷ୍ପତ୍ତି ନିଆଯାଇଛି କାରଣ ବର୍ତ୍ତମାନ ସୁଦ୍ଧା ୪.୫ ଲକ୍ଷରୁ ଅଧିକ ଲୋକଙ୍କୁ ମଦ ପିଇବା ପାଇଁ ଜେଲ ପଠାଯାଇଛି। ବିହାରର ଜେଲରେ ମଦ୍ୟପାନକାରୀଙ୍କ ସଂଖ୍ୟା ବୃଦ୍ଧି ହେତୁ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ବିହାର ପୁଲିସ ଏବଂ ପାନୀୟ ନିଷେଧ ବିଭାଗକୁ ବିଶେଷ କ୍ଷମତା ଦିଆଯାଇଛି। ମଦ ପିଇବା ଏକ ସାମାଜିକ ଅପରାଧ ନୁହେଁ। ମଦ୍ୟପାନକାରୀଙ୍କ ମଧ୍ୟରେ ସୁଧାର ଅଣାଯାଇପାରିବ। ଏଭଳି ପରିସ୍ଥିତିରେ ଯେଉଁମାନେ ମଦ ବିକ୍ରି କରୁଛନ୍ତି ଏବଂ ଲୋକଙ୍କୁ ମଦ ଯୋଗାଉଛନ୍ତି ସେମାନଙ୍କ ଉପରେ ଆମର ଧ୍ୟାନ ଦିଆଯାଇଛି। ଏହା କରିବା ଦ୍ୱାରା ମଦ ମାଫିଆଙ୍କ ପତ୍ତା ସହଜରେ ମିଳିପାରିବ।

ସମ୍ବନ୍ଧିତ ଖବର